ପାରାଦୀପରେ ବୋଇତ ବନ୍ଦାଣ ଉତ୍ସବ ସାରି ଦିଲ୍ଲୀ ଫେରିଲେ ରାଷ୍ଟ୍ରପତି

ଆଜି ପାରାଦୀପରେ ଠିକ୍ ୯.୩୦ ମିନିଟରେ ପହଞ୍ଚିବା ପରେ ସ୍ବତନ୍ତ୍ର ସୁରକ୍ଷା ବଳୟରେ ତାଙ୍କୁ ୪ନମ୍ବର ଗେଟ୍ ମଧ୍ୟ ଦେଇ ବୋଇତ ବନ୍ଦାଣ ଉତ୍ସବସ୍ଥଳୀକୁ ନେଇଥିଲେ ସୁରକ୍ଷା କର୍ମୀମାନେ। ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା।

ଆଜି ପାରାଦୀପରେ ଠିକ୍ ୯.୩୦ ମିନିଟରେ ପହଞ୍ଚିବା ପରେ ସ୍ବତନ୍ତ୍ର ସୁରକ୍ଷା ବଳୟରେ ତାଙ୍କୁ ୪ନମ୍ବର ଗେଟ୍ ମଧ୍ୟ ଦେଇ ବୋଇତ ବନ୍ଦାଣ ଉତ୍ସବସ୍ଥଳୀକୁ ନେଇଥିଲେ ସୁରକ୍ଷା କର୍ମୀମାନେ। ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା। ୩୦ ପ୍ଲାଟୁନ ପୋଲିସ ଫୋର୍ସ ସହିତ ୬ ଜଣ ଏସପି ରାଙ୍କର ଅଫିସର, ୧୩ ଜଣ ଡିଏସପି ମୁତୟନ ରହିଥିଲେ।

ମହାମହିମ ରାଷ୍ଟ୍ରପତି ସ୍ବତନ୍ତ୍ର ହେଲିକପ୍ଟରରେ ଗୋପବନ୍ଧୁ ଷ୍ଟାଡିୟମରେ ଓହ୍ଲାଇବା ପରେ ସୁରକ୍ଷା ବଳୟରେ କିଛି ବାଟ ଯିବା ସମୟରେ ରାଷ୍ଟ୍ରପତି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ସ୍କୁଲର ଛାତ୍ର,ଛାତ୍ରୀମାନଙ୍କୁ ଚକୋଲେଟ ଦେବା ସହିତ ସେଠାରେ ଛିଡା ହୋଇଥିବା ଲୋକମାନଙ୍କୁ ହାତ ହଲେଇ ଆଗକୁ କିଛି ବାଟ ପର୍ଯ୍ୟନ୍ତ ଚାଲି,ଚାଲି ଯାଇଥିଲେ। ପରେ ସମ୍ପୁର୍ଣ୍ଣ ସୁରକ୍ଷା ବଳୟରେ ବନ୍ଦରର ୪ ନମ୍ବର ଗେଟ ଦେଇ ୱେଟ ବେସିନର ସଭାସ୍ଥଳକୁ ଯାଇଥିଲେ ।

ସେଠାରେ ବୋଇତ ବନ୍ଦାଣ କରିବା ପରେ କୋଷ୍ଟ ଗାର୍ଡ ଅମୋଘ ଜାହାଜରେ ପୋତାଶ୍ରୟ ଅଂଚଳ ବୁଲି ଦେଖିଥିଲେ। ପରେ ସଭାକାର୍ଯ୍ୟରେ ଯୋଗଦେଇ ନିଜର ଅଭିଭାଷଣ ରଖିଥିଲେ। ତେବେ ରାଷ୍ଟ୍ରପତିଙ୍କ ଏହି କାର୍ଯ୍ୟକ୍ରମରୁ ସାଧାରଣ ଲୋକେ ବଞ୍ଚିତ ହୋଇଥିଲେ। ଦୀର୍ଘ ୩ ଘଂଟା ଧରି ଲୋକମାନେ ଅପେକ୍ଷା କରିବା ପରେ ଗାଡିରେ ଅତି ନିକଟରୁ ରାଷ୍ଟ୍ରପତିଙ୍କୁ ଦେଖି ସ୍କୁଲ ପିଲାଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକେ ଖୁସି ଜାହିର କରିଥିଲେ। ସଭାକାର୍ଯ୍ୟ ସରିବା ପରେ ରାଷ୍ଟ୍ରପତି ଜବାହାର ଅତିଥି ଭବନକୁ ଯାଇ ସେଠାରେ କିଛି ମତ୍ସ୍ୟଜିବୀଙ୍କ ସହିତ ସାକ୍ଷାତ କରିଥିବାର ଜଣାପଡିଛି।

ଭୁବନେଶ୍ୱର ଛାଡିଲେ ମହାମହିମ ରାଷ୍ଟ୍ରପତି

ପାରାଦୀପ କାର୍ଯ୍ୟକ୍ରମ ସାରି ସେଠାରୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ ମ୍ୟାଡ଼ମ ପ୍ରେସିଡେଣ୍ଟ । ବିମାନ ବନ୍ଦର ପରିସରରେ ବିଦାୟ ସମ୍ବର୍ଦ୍ଧନା ପରେ ଦିଲ୍ଲୀ ଅଭିମୁଖେ ବାହାରିଥିଲେ ମ୍ୟାଡ଼ମ ପ୍ରେସିଡେଣ୍ଟ । ବିଦାୟ ସମ୍ବର୍ଦ୍ଧନା ପାଇଁ ବିମାନ ବନ୍ଦରରେ ପହଞ୍ଚିଥିଲେ ରାଜ୍ୟପାଳ,ମୁଖ୍ୟମନ୍ତ୍ରୀ, ଓ ଭୁବନେଶ୍ୱର ମେୟର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.