ଶ୍ରୀମନ୍ଦିରରେ ପତ୍ନୀଙ୍କ ସହ ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତିି, ନିଜ ଦରମାରୁ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କଲେ ୧ ଲକ୍ଷ ଟଙ୍କାର ଚେକ୍

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତିି । ଗର୍ଭଗୃହକୁ ଯାଇ ସପରିବାର ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ରାମନାଥ କୋବିନ୍ଦ। ଶ୍ରୀମନ୍ଦିରରେ ପ୍ରାୟ ୪୦ମିନିଟ ସମୟ ବିତାଇଥିଲେ। ମା’ ବିମଳା ଓ ମହାଲକ୍ଷ୍ମୀଙ୍କୁ ମଧ୍ୟ ଦର୍ଶନ କରିଛନ୍ତି। ରାଷ୍ଟ୍ରପତି ସିଂହଦ୍ୱାର ଆଗରେ ପହଞ୍ଚିବା ପରେ ଗଜପତି ମହାରାଜ ଖଣ୍ଡୁଆ ପାଟ ଦେଇ ସ୍ୱାଗତ କରିଥିଲେ।

ଏହାପରେ ଦର୍ଶନ ପାଇଁ ପତ୍ନୀଙ୍କ ସହ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ମହାପ୍ରଭୁଙ୍କୁ ଦର୍ଶନ ପରେ ‘ସମର୍ପଣ ନିଧି’କୁ ୧ ଲକ୍ଷ ଟଙ୍କା ଦାନ କରିଛନ୍ତି ରାଷ୍ଟ୍ରପତି। ନିଜ ଦରମାରୁ ଶ୍ରୀମନ୍ଦିର ପ୍ରଶାସନକୁ ୧ ଲକ୍ଷ ଟଙ୍କାର ଚେକ୍‌ ଦେଇଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ୧୨ଟା ସାଧାରଣ ଦର୍ଶନ ବନ୍ଦ ରଖାଯାଇଛି । ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.