କେନ୍ଦୁଝର: ଫାଶୀ ଦଣ୍ଡାଦେଶ ଭୟରେ ଜେଲରେ ଦୁଷ୍କର୍ମକାରୀ କଏଦୀର ହୃଦଘାତରେ ମୃତ୍ୟୁ

କେନ୍ଦୁଝର(କେନ୍ୟୁଜ୍):   ଫାଶୀ ଦଣ୍ଡାଦେଶ ଭୟରେ ଦୁଷ୍କର୍ମକାରୀ କଏଦୀର ମୃତ୍ୟୁ । କେନ୍ଦୁଝର ଜେଲରେ ହୃଦଘାତରେ ପ୍ରାଣ ହରାଇଲା ଟୁରୀ ମୁଣ୍ଡା । ଗୁରୁବାର ଦିନ ସୁନିଲ ନାଏକକୁ ଫାଶୀ ଦଣ୍ଡାଦେଶ ଦେଇଥିଲେ ଏଡିଜେ କୋର୍ଟ । ଦୁଷ୍କର୍ମକାରୀ ସୁନିଲ ନାଏକର ଫାଶୀ ଦଣ୍ଡାଦେଶ ଶୁଣି ଜେଲରେ ଆଉ ଜେଣ ଦୁଷ୍କର୍ମକାରୀ କଏଦୀର ମୃତ୍ୟୁ ହୋଇଛି । କେନ୍ଦୁଝର ଜେଲରେ ବିଚାରଧୀନ କଏଦୀ ଥିବା ଟୁରୀ ମୁଣ୍ଡାର ଆଜି ସକାଳେ ହୃଦଘାତରେ ମୃତ୍ୟୁ ହୋଇଛି । ଦୁଷ୍କର୍ମକାରୀ ମାମଲାରେ ଗିରଫ ହୋଇ ଜେଲରେ ଥିଲା ଟୁରୀ ମୁଣ୍ଡା । ଗତକାଲି ଚମ୍ପୁଆ ନାବାଳିକା ଦୁଷ୍କର୍ମ ଓ ହଥ୍ୟା ମାମଲାର ଦୋଷୀ ସୁନିଲ ନାଏକକୁ କୋର୍ଟ ଫାଶୀ ଦଣ୍ଡାଦେଶ ଦେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.