Below header

ବିଏସଏନଏଲ ଲଞ୍ଚ କଲା ୧୦୯ ଟଙ୍କା ଵାଲା ପ୍ରିପେଡ଼ ପ୍ଲାନ, ମିଳିବ ଅନ ଲିମିଟେଡ଼ କଳିଙ୍ଗ ସୁବିଧା

ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ଲିମିଟେଡ଼ ଦେଶର ଅନ୍ୟାନ ପ୍ରାଇଭେଟ ଟେଲି କମ୍ପାନୀ ମାନଙ୍କୁ ଟକ୍କର ଦେବା ପାଇଁ ନିଜର ଏକ ନୂଆ ‘ମିଥ୍ରମ ପ୍ଲସ’ ସିରିଜ ଆରମ୍ଭ କରିଛନ୍ତି । ଏଥିରେ କମ୍ପାନୀ ୧୦୯ ଟଙ୍କା ଵାଲା ପ୍ରିପେଡ଼ ପ୍ଲାନକୁ ଲଞ୍ଚ କରିଛି । ଏହା ସାହାଯ୍ୟରେ ୟୁଜର୍ସ ମାନଙ୍କୁ ଏହି ରିଚାର୍ଜ ମାଧ୍ୟମରେ ୯୦ ଦିନର ବୈଧତା ବାଦ ଅଧିକ ୨୦ ଦିନର ସମୟ ସୀମା ମଧ୍ୟ ମିଳିବ । ଏହା ସହ କମ୍ପାନୀ ନିଜ ୟୁଜର୍ସ ମାନଙ୍କୁ ଡାଟା ସମେତ କଲ କରିବାର ସୁବିଧା ମଧ୍ୟ ଦେବ । ପ୍ରଥମ ପର୍ଯ୍ୟାୟରେ କମ୍ପାନୀ ଏହାକୁ କେରଳରେ ଆରମ୍ଭ କରିଥିବା ବେଳେ ଖୁବ ଶୀଘ୍ର ଦେଶର ଅନ୍ୟ ପ୍ରାନ୍ତ ଗୁଡିକରେ ମଧ୍ୟ ଉପଲବ୍ଧ କରାଇବା ନେଇ ଲକ୍ଷ ରଖିଛି । ତେବେ ଆସନ୍ତୁ ଜାଣିବା ବିଏସଏନଏଲର ଏହି ପ୍ଲାନରେ ମିଳୁଥିବା ବିଶେଷତା ବିଷୟରେ କିଛି ।

bsnl

ଉପଭୋକ୍ତା ମାନଙ୍କୁ ଏହି ପ୍ଲାନରେ ୫ ଜିବି ଡାଟା ମିଳିବା ସହ ଅନଲିମିଟେଡ଼ କଳିଙ୍ଗର ସୁବିଧା ମଧ୍ୟ ମିଳିବ । ଏହି ପ୍ଲାନ ମାଧ୍ୟମରେ କଳିଙ୍ଗ ପାଇଁ ପ୍ରତିଦିନ ୨୫୦ ମିନିଟ ସମୟ ହିଁ ମିଳିବ । ଏହି ପ୍ୟାକ ଟିର ବୈଧତା ୯୦ ଦିନ ପାଇଁ ହିଁ ରହିଛି । ଅନ୍ୟ ପକ୍ଷରେ କମ୍ପାନୀ ଅନ୍ୟ ପ୍ଲାନ ଗୁଡିକର ବୈଧତାକୁ କିଛି ସ୍ଥାନରେ କମ କରି ଦେଇଛି । ଅନ୍ୟ ପକ୍ଷରେ ବିଏସଏସଏଲର ୧୬୯୯ ଟଙ୍କିଆ ପ୍ଲାନରେ ପ୍ରତିଦିନ ଗ୍ରାହକ ମାନଙ୍କୁ ୩ ଜିବି ଡାଟାର ସୁବିଧା ମିଳିବ ସହ ୧୦୦ ଏସଏମଏସର ସୁବିଧା ମଧ୍ୟ ମିଳିବ । ଏହାର ସମୟ ସୀମା ଏକ ବର୍ଷ ପର୍ଯ୍ୟନ୍ତ ରଖାଯାଇଛି । ବିଏସଏନଏଲ ଏହି ନୂଆ ପ୍ଲାନ ଦେଶର ଅନ୍ୟ ଟେଲିକମ କମ୍ପାନୀ ଗୁଡିକୁ କଡା ଟକ୍କର ଦେବ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.