ଯାଜପୁର: ଖଇରାବାଦ ଗାଁରେ ଗଭର୍ଣ୍ଣର, ରାଜଭବନର କର୍ମଚାରୀଙ୍କ ଘରେ ବିତାଇଲେ କିଛି ମୁହୂର୍ତ୍ତ

ଯାଜପୁର(କେନ୍ୟୁଜ୍): ଖଇରାବାଦ ଗାଁରେ ଓଡ଼ିଶାର ମହାମହିମ ରାଜ୍ୟପାଳ।ଦେଇଥିବା ପ୍ରତିଶ୍ରୁତି କଲେ ପାଳନ। ରାଜଭବନରେ ଡ୍ୟୁଟି କରୁଥିବା ଜଣେ କର୍ମଚାରୀଙ୍କ ଘରେ ପହଞ୍ଚି ବେଶ କିଛି ସମୟ ବିତାଇଲେ। ଖାଲି ସେତିକି ନୁହେଁ ପଇଡ ପାଣି ପିଇବା ସହିତ ପରିବାର ଲୋକଙ୍କ ସହ ଆଲୋଚନା କଲେ।ଫଟୋ ମଧ୍ୟ ଉଠାଇଲେ। ଏଭଳି ଦୃଶ୍ୟ ଆଜି ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଖଇରାବାଦ ଗାଁରେ। ଏହି ଗାଁର ଗୋପୀନାଥ ବେହେରାଙ୍କ ବାସଭବନରେ ଆଜି ସକାଳ ୯ଟା ସମୟରେ ପହଞ୍ଚିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ। ପରିବାର ଲୋକେ ରାଜ୍ୟପାଳଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ ସ୍ଥାନୀୟ ଛାୟାଚିତ୍ର ଶିଳ୍ପୀ ରାଜ୍ୟପାଳଙ୍କ ପାଦରେ କଠଉ ପିନ୍ଧାଇ ଦେଇଥିଲେ।

ଏଠାରେ ସୂଚନା ଯୋଗ୍ୟ ଯେ, ଗୋପୀନାଥଙ୍କ ମଝିଆଁ ଝିଅ ସାଗରିକା ରାଜଭବନରେ ନର୍ସିଂ କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି। ରାଜ୍ୟପାଳଙ୍କ ସ୍ୱାସ୍ଥ୍ୟବସ୍ଥା କଥା ଦେଖାଶୁଣା କରନ୍ତି। ତେବେ ଏଥିରେ ପ୍ରଭାବିତ ହୋଇ ରାଜ୍ୟପାଳ ସାଗରିକାକୁ ଝିଅ ବୋଲି ସମ୍ବୋଧନ କରିବା ସହ ତାଙ୍କ ଘରକୁ ଆସିବାକୁ ପ୍ରତିଶ୍ରୁତି ଦେଇଥିଲେ। ତେବେ ଆଜି ରାଜ୍ୟପାଳଙ୍କ ବାଲେଶ୍ୱର ଗସ୍ତ ଅବସରରେ କିଛି ସମୟ ପାଇଁ ଖଇରାବାଦ ଗ୍ରାମରେ ଅଟକି ଯାଇଥିଲେ। ଏପଟେ ରାଜ୍ୟପାଳଙ୍କ ଗସ୍ତ ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.