ଯାଜପୁରରେ ବୋମା ଫିଙ୍ଗି ହତ୍ୟା ଘଟଣାର ପ୍ରତିବାଦ: ମାଂସଡା ନିକଟରେ ରାସ୍ତାରୋକ କଲେ ଉତ୍ଯକ୍ତ ଲୋକେ

ଯାଜପୁର ଟାଉନ୍(କେନ୍ୟୁଜ୍): ଯାଜପୁର ଜିଲ୍ଲା ବିଂଝାରପୁର ମନେଇଗଣ୍ଡ ବାଲିଘାଟକୁ ନେଇ ଦେଖାଦେଇଥିବା ବିବାଦ ଓ ବୋମାମାଡ଼ ଘଟଣା ପ୍ରତିବାଦରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଆଜି ସକାଳୁ ଉତ୍ୟକ୍ତ ଲୋକଙ୍କ ପକ୍ଷରୁ ମାଂସଡା ନିକଟରେ ରାସ୍ତାରୋକ କରାଯାଇଛି। ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ଏହି ରାସ୍ତାରୋକ କରିବା ସହିତ ବଜାର ଘାଟକୁ ମଧ୍ୟ ବନ୍ଦ କରାଯାଇଛି।

ବୋମାମାଡ଼ ଫଳରେ ମୃତକ ସୁରେନ୍ଦ୍ର ଦାସଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ଦାବି ମଧ୍ୟ କରିଛନ୍ତି ଆନ୍ଦୋଳନକାରୀ। ବାଲିଘାଟ ନିଲାମକୁ କେନ୍ଦ୍ର କରି ପୂର୍ବରୁ ବିବାଦ ଲାଗି ରହିଥିଲା। କିଛି ଦିନ ତଳେ ବାଲି ମାଫିଆ ମାନେ ସୁରେନ୍ଦ୍ରଙ୍କ ଉପରେ ବୋମାମାଡ଼ କରିଥିଲେ। ଏ ନେଇ ସେ ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା।

ପୁଣି ଗତକାଲି ସନ୍ଧ୍ୟାରେ ସୁରେନ୍ଦ୍ରଙ୍କ ଉପରକୁ ବୋମା ଫିଙ୍ଗି ହତ୍ୟା କରିଥିଲେ ବାଲି ମାଫିଆ। ସେପଟେ ଗତକାଲି ବିଳମ୍ବିତ ରାତ୍ରିରେ ଯାଜପୁର ଏସ ପି ବିଂଝାରପୁର ଗସ୍ତ କରିବା ପରେ ପୋଲିସ ୬ଜଣଙ୍କୁ ଉଠାଇ ଆଣି ଅଟକ ରଖି ପଚରାଉଚୁରା କରୁଛି। ଗତ କିଛି ମାସ ହେଲା ବିଂଝାରପୁର ରେ ପୋଲିସ ର ନିଷ୍କ୍ରିୟତା ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.