Below header

ମାଲକାନଗିରି : ସିମେଣ୍ଟ କାରଖାନା ନେଇ ଜନଶୁଣାଣି ଶେଷ; ପ୍ରତିଶ୍ରୁତି ଦେଲେ କମ୍ପାନୀ କର୍ତ୍ତୃପକ୍ଷ

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ଜିଲ୍ଲା କୋତାମାଟେରୁ ଠାରେ ଡାଲମିଆ ସିମେଣ୍ଟ କାରଖାନା ପାଇଁ ଜନଶୁଣାଣି। ମାଟାପାକା ପଞ୍ଚାୟତ, ଶିଖପାଲୀ ପଞ୍ଚାୟତ ଓ ପଡିଆ ବ୍ଲକ ନିଲିଗୁଡା ପଞ୍ଚାୟତର ଶତାଧିକ ଲୋକଙ୍କୁ ନେଇ ମାଟାପାକା ଗାଁରେ ଜନଶୁଣାଣି ହୋଇଥିଲା। ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନର ସହଯୋଗର ଜନ ଶୁଣାଣି ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। କୋତାମାଟେରୁ ଠାରେ ଏକ ସିମେଣ୍ଟ କାରଖାନା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱୀକୃତି ପାଇଥିବା କମ୍ପାନୀ ନିର୍ଦ୍ଦେଶକ ଏସକେ ରାଉତ ସୂଚନା ଦେଇଥିଲେ ।

ପ୍ରଦୂଷଣ ମଞ୍ଜୁରୀ ପାଇଁ ଜନ ଶୁଣାଣିର ପ୍ରାଥମିକ ପର୍ଯ୍ୟାୟ ପରେ ରିପୋର୍ଟ ଭାରତ ସରକାରଙ୍କ ନିକଟକୁ ଯିବ। ସେହିପରି ତିନି ପଞ୍ଚାୟତ ପକ୍ଷରୁ ଯୋଗାଯୋଗ ପାଇଁ ମୋବାଇଲ ଫୋନ ଟାୱାର, ସ୍ୱାସ୍ଥ୍ୟସେବା ପାଇଁ ଡାକ୍ତରଖାନା ଓ ଶିକ୍ଷା ପାଇଁ ସ୍କୁଲ କଲେଜ ନିର୍ମାଣ ପାଇଁ ଦାବି କରାଯାଇଥିଲା । ଜନଶୁଣାଣିରେ କୌଣସି ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.