ଥାଇଲ୍ୟାଣ୍ଡରେ ଦେଖାଗଲା ଅଜବ ନୂଆ ଜୀବ, ଆପଣ ଭିଡ଼ିଓ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ

ଦୁନିଆରେ ଅନେକ ଅଜବ ଜନ୍ତୁ ଅଛନ୍ତି। ଯାହାକୁ ଦେଖି ବେଳେ ବେଳେ ଆମେ ଡରିଯାଉ। ପୁଣି କିଛି ଆମକୁ ବହୁତ ପସନ୍ଦ ଆସନ୍ତି । ହେଲେ ଥାଇଲାଣ୍ଡରେ ଏପରି ଏକ ଜୀବ ଦେଖାଯାଇଛି ହୁଏତ ଏହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଥାଇଲାଣ୍ଡରେ ଅଧିକ ସାପ ରହୁଥିବା ସମସ୍ତେ ଜାଣିଛନ୍ତି। କିନ୍ତୁ ଥାଇଲାଣ୍ଡରେ ଏପରି ଏକ ଅଜବ ସାପ ଦେଖିବାକୁ ମିଳିଛି ଯେ ଏହାକୁ ଦେଖି ସମସ୍ତେ ଆଚମ୍ବିତ ହୋଇଛନ୍ତି। ଦୁଇ ଫୁଟ ଲମ୍ବର ସାପ ଦେଖିବାକୁ ମିଳିଥିଲା ଥାଇଲାଣ୍ଡରେ ଯାହାକୁ ଦେଖିଲେ ଆପଣ ଜାଣିପାରିବେନି ଏହା ସତରେ କ’ଣ ସାପ। ଆଉ ଯଦି ଏହା ଘାସରେ ରେ ରହିଯାଏ ତେବେ ଜାଣିବି ହେବନି ଏହା ସାପ କି ଆଉ କ’ଣ।

ରିପୋର୍ଟ ଅନୁଯାୟୀ ଟୁ ନାମକ ଜଣେ ୪୯ ବର୍ଷୀୟ ସ୍ଥାନୀୟ ଲୋକ ଥାଇଲାଣ୍ଡର ସାଖୋନ୍ ନାଖୋନରେ ଏହି ସାପଟିକୁ ଦେଖିଥିଲେ। ସାଖୋନ୍ ନାଖୋନ୍‌ରେ ଥିବା ଟୁଙ୍କ ଘର ନିକଟରେ ଏହି ଜୀବଟି ଏକ ଜଳାଶୟରେ ଦେଖା ଯାଇଥିଲା।

ଲୋକ ମାନେ ଏହି ସାପକୁ ଦେଖି ଅନେକ ଅଜବ ଅଜବ କଥା କହିଥିଲେ। ପରେ ଏନଏସଡବ୍ଲୁ ସେଣ୍ଟ୍ରାଲ କୋଷ୍ଟର ୱାଇଲ୍ଡ ଲାଇଫ ଆର୍ସିର ସାପ ଉପରେ କାମ କରୁଥିବା ସଂଯୋଜକ ସାମ ଚାଟଫିଲ୍ଡ କହିଛନ୍ତି ଯେ ଚର୍ମର ଉପରି ଭାଗରେ ଥିବା ଘାସ ପରି ରୁମ ପ୍ରାୟତ କିରାଟିନରେ ନିର୍ମିତ। ଏହା ହେଉଛି ଏକ ବିରଳ ପ୍ରଜାତିର ସାପ। ଏହି ସାପକୁ ମାସ୍କେଡ୍ ୱାଟର ସାପ ମଧ୍ୟ କୁହାଯାଏ। ଦକ୍ଷିଣ ପୂର୍ବ ଏସିଆର ଟ୍ରପିକାଲ୍ ଅଞ୍ଚଳରେ ଥିବା ହୋମାଲୋପସିଡା ପରିବାର ପ୍ରଜାତିର ଏହା ଏକ ବିଷାକ୍ତ ସାପର। ଏହି ପ୍ରଜାତି ଉତ୍ତର ସୁମାତ୍ରାରୁ ସାଲାଙ୍ଗା ଦ୍ୱୀପ, ଇଣ୍ଡୋନେସିଆ, ବୋର୍ନେଓ, ମାଲେସିଆ ଉପଦ୍ୱୀପ ଏବଂ ଚରମ ଦକ୍ଷିଣ ଥାଇଲ୍ୟାଣ୍ଡରେ ଦେଖାଯାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.