Below header

କେନ୍ଦୁଝର: ୮ ବର୍ଷର ନାବାଳିକାକୁ କଚାଡି ମାରିଦେଲା ହାତୀ, କ୍ଷତିପୂରଣ ଦାବିରେ ରାସ୍ତାରୋକ କଲେ ଉତ୍ତ୍ୟକ୍ତ ଲୋକେ

କେନ୍ଦୁଝର(କେନ୍ୟୁଜ୍): ନାବାଳିକାକୁ ହାତୀ କଚାଡି ମାରିବା ପ୍ରତିବାଦରେ ରାସ୍ତାରୋକ। କେନ୍ଦୁଝର ଜିଲ୍ଲା ସାହରପଡ଼ା ବ୍ଳକ୍‌ ତେଣ୍ଡେରା ହରିହରପୁର ଗାଁର ୮ ବର୍ଷର ନାବାଳିକାକୁ ହାତୀ କଚାଡି ମାରି ଦେଇଥିଲା। ନାବାଳିକା ମୃତ୍ୟୁ ନେଇ କ୍ଷତିପୂରଣ ଦାବିରେ ୨୨୦ ନମ୍ବର ରାଜପଥ ବଡବିଲ ନିକଟରେ ରାସ୍ତା ଅବରୋଧ କରିଥିଲେ ଉତ୍ୟକ୍ତ ଲୋକେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଯାନବାହାନ ଅଟକି ରହିଥିଲା। ଘଟଣାସ୍ଥଳରେ ପାଟଣା ପୋଲିସ ବନ ବିଭାଗ ପହଞ୍ଚି କ୍ଷତିପୂରଣ ବାବଦକୁ ନଗଦ ୩୦ ହଜାର ଟଙ୍କା ଦେବା ପରେ ରାସ୍ତା ଅବରୋଧ ହଟିଥିଲା ।ସେପଟେ ପାଟଣା ରେଞ୍ଜରେ ଥମିବାର ନାଁ ଧରୁନି ହାତୀ ଉପଦ୍ରବ । ଏକ ଦନ୍ତା ହାତୀ ବିଭିନ୍ନ ଗାଁରେ ପଶି ଭଙ୍ଗାରୁଜା କରୁଛି । ପାଟଣା ରେଞ୍ଜର ବଡବିଲ, ଜମୁନାଳିଆ, ହଲଦୀବଟା, ନୂଆଗାଁ ଆଦି ଗାଁରେ ପଶି ୫ରୁ ଅଧିକ ଘର ଭାଙ୍ଗିବା ସହ ଧାନ ଚାଉଳ ନଷ୍ଟ କରୁଛି । ଏହାସହ ପନିପରିବା ଚାଷକୁ ମଧ୍ୟ ହାତୀ ଦଳି ଚକଟି ନଷ୍ଟ କରି ଦେଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇବା ସହ କ୍ଷତିପୂରଣ ଦେବାକୁ ଦାବି ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.