ଅରୁଣ ବୋଥ୍ରାଙ୍କୁ ଆଇନଗତ ନୋଟିସ ପଠାଇଲେ ପୁଞ୍ଜିଲାଲଙ୍କ ପତ୍ନୀ ସୌଦାମିନୀ ମେହେର, ୧୫ଦିନ ମଧ୍ୟରେ ନିଃସର୍ତ୍ତ କ୍ଷମାପ୍ରାର୍ଥନା ଦାବି

ପାଟଣାଗଡ଼ ବୋମା ବିସ୍ଫୋରଣ ମାମଲା

ଭୁବନେଶ୍ବର: ଆଇପିଏସ ଅଫିସର ଅରୁଣ ବୋଥ୍ରାଙ୍କୁ ଆଇନଗତ ନୋଟିସ। ପାଟଣାଗଡ଼ ବୋମା ବିସ୍ଫୋରଣ ମାମଲାର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ ମେହେରଙ୍କ ପତ୍ନୀ ସୌଦାମନୀ ମେହେର ନିଜ ଓକିଲ ମାଧ୍ୟମରେ ପଠାଇଛନ୍ତି ଏହି ନୋଟିସ। ଅରୁଣ ବୋଥ୍ରାଙ୍କୁ ପାଟଣାଗଡ଼ ସିନେମାର ପ୍ରମୋଟର ଭାବେ ଚିତ୍ରଣ କରିବା ସହ ପୁଞ୍ଜିଲାଲଙ୍କୁ ଖଳନାୟକ ଭାବେ ଚିତ୍ରଣ କରିଥିବାରୁ ଏଥିପାଇଁ କ୍ଷମାପ୍ରାର୍ଥନା କରିବାକୁ ଚେତାବନୀ ନୋଟିସ ଜାରି କରିଛନ୍ତି। ୧୫ଦିନ ମଧ୍ୟରେ ନିଃସର୍ତ୍ତ କ୍ଷମାପ୍ରାର୍ଥନା ନକଲେ ୨୦ଲକ୍ଷ ଟଙ୍କାର କ୍ଷତିପୂରଣର ଚେତାବନୀ ମଧ୍ୟ ଦେଇଛନ୍ତି।

punjilalସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ପାଟଣାଗଡ଼ ବୋମା ବିସ୍ଫୋରଣ ଘଟଣା ଉପରେ ନିର୍ମିତ ପାଟଣାଗଡ଼ ସିନେମା ପାଇଁ ସୌଦାମିନୀ ମେହେର ଅରୁଣ ବୋଥ୍ରାଙ୍କୁ ଟାର୍ଗେଟ କରିଛନ୍ତି। ଏହାସହ ସିନେମାର ପ୍ରଯୋଜକ, ନିର୍ଦ୍ଦେଶକଙ୍କୁ ମଧ୍ୟ ନୋଟିସ ଜାରି କରିଛନ୍ତି। ପୁଞ୍ଜିଲାଲ ମେହେରଙ୍କୁ ଅରୁଣ ବୋଥ୍ରା ଫସାଇ ଦେଇଥିବା ସୌଦାମିନୀ ଅଭିଯୋଗ କରିଛନ୍ତି। ୨୦୧୮ ଫେବୃୟାରୀ ୨୩ରେ ପାର୍ସଲ ବୋମା ବିସ୍ଫୋରଣ ଜରିଆରେ ଦୁଇ ଜଣଙ୍କ ଜୀବନ ନେଇଥିଲା ପୁଞ୍ଜିଲାଲ । ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଭାବେ ଅରୁଣ ବୋଥ୍ରା ଏହାର ତଦନ୍ତ କରିଥିଲେ। ତଦନ୍ତରୁ ପୁଞ୍ଜିଲାଲ ମେହେର ହିଁ ଘଟଣାର ମାଷ୍ଟର ମାଇଣ୍ଡ ବୋଲି ଜଣାପଡ଼ିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.