ଶ୍ରୀମନ୍ଦିରରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ହ୍ୱିଲ୍ ଚେୟାର ନୁହେଁ କାଠ ସବାରୀରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ

ଶ୍ରୀମନ୍ଦିରରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା । ସହଜ ହେବ ଶ୍ରୀଜିଉଙ୍କ ଦର୍ଶନ। ଉତ୍ତରଦ୍ବାର ଦେଇ ଦର୍ଶନ କରିବେ ଭକ୍ତ। ଆଉ ହ୍ୱିଲ୍ ଚେୟାର ନୁହେଁ କାଠ ସବାରୀରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ଦିବ୍ୟାଙ୍ଗ ଭକ୍ତ । ଅନଲାଇନ୍ ପଞ୍ଜିକରଣ ପରେ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯିବ ।

ପୁରୀ (କେନ୍ୟୁଜ): ଶ୍ରୀମନ୍ଦିରରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା । ସହଜ ହେବ ଶ୍ରୀଜିଉଙ୍କ ଦର୍ଶନ। ଉତ୍ତରଦ୍ବାର ଦେଇ ଦର୍ଶନ କରିବେ ଭକ୍ତ। ଆଉ ହ୍ୱିଲ୍ ଚେୟାର ନୁହେଁ କାଠ ସବାରୀରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ଦିବ୍ୟାଙ୍ଗ ଭକ୍ତ । ଅନଲାଇନ୍ ପଞ୍ଜିକରଣ ପରେ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯିବ ।

ଏଥିପାଇଁ ସ୍ବତନ୍ତ୍ର ଭାବେ ନିର୍ମିତ ଦୁଇଟି କାଠ ଚେୟାର ଡେମୋ ଭାବେ ପ୍ରସ୍ତୁତ କରାଯାଇଛି। ଦିବ୍ୟାଙ୍ଗ ଭକ୍ତଙ୍କୁ ନେବା ପାଇଁ କିଛି ବାହାକ ନିଯୁକ୍ତି ହେବେ। ମାସରେ ଥରେ ପଞ୍ଜିକରଣ କରିଥିବା ସମସ୍ତ ଦିବ୍ୟାଙ୍ଗ ଭକ୍ତ ଜୟବିଜୟ ଦ୍ଵାର ସମ୍ମୁଖରୁ ଦର୍ଶନ କରିବେ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ।