ପୁରୀ: ଆସନ୍ତା ୨୩ ତାରିଖରୁ ଶ୍ରୀମନ୍ଦିର ସମେତ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ

ଜଗନ୍ନାଥ ପ୍ରେମୀଙ୍କ ପାଇଁ ବଡ଼ ନିଷ୍ପତ୍ତି । ଆସନ୍ତା ୨୩ ତାରିଖରୁ ଖୋଲିବ ଶ୍ରୀମନ୍ଦିର। ମିଳିବ ଶ୍ରୀଜିଉଙ୍କର ଦର୍ଶନ । ଦୀର୍ଘ ଦିନ ପରେ ଭକ୍ତ ଓ ଭଗବାନଙ୍କ ହେବ ମିଳନ । କରୋନା ଯୋଗୁ ବନ୍ଦ ଥିବା ଶ୍ରୀମନ୍ଦିର ଖୁବଶୀଘ୍ର ଖୋଲିବ। ଏନେଇ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସୂଚନା ମୁତାବକ ମନ୍ଦିର ଖୋଲିବାର ଦୁଇ ଦିନ ସେବାୟତମାନଙ୍କୁ ଦର୍ଶନ କରିବାର ସୁଯୋଗ ମିଳିବ। ଏହାପରେ ପୁରୀ ସହରବାସୀ ଦର୍ଶନ କରିବାର ସୁଯୋଗ ପାଇପାରିବେ।

ଅନ୍ୟପଟେ ନୂଆବର୍ଷରେ ୧ ଏବଂ ୨ ତାରିଖ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ବନ୍ଦ ରହିବା ନେଇ ସ୍ଥିର କରାଯାଇଛି। ୩ ତାରିଖରୁ ସପ୍ତାହେ ପାଇଁ ଦୈନିକ ପାଞ୍ଚ ହଜାର ଲୋକଙ୍କୁ ଦର୍ଶନ ଅନୁମତି ମିଳିବ । କୋଭିଡ୍ କଟକଣା ଭିତରେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ଭକ୍ତ । ତେବେ ପୁରୀ ବାହାରୁ ଆସିଥିବା ଶ୍ରଦ୍ଧାଳୁଙ୍କ ପାଇଁ କୋଭିଡ୍ ନେଗେଟିଭ୍ ସାର୍ଟିଫିକେଟ ଦରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.