କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମେ’ ପ୍ରଥମ ସପ୍ତାହରୁ ୧୭ ଜିଲ୍ଲାରେ ରବିଧାନ ସଂଗ୍ରହ, ଜାରି ହୋଇଛି ମାର୍ଗଦର୍ଶିକା

ଭୁବନେଶ୍ବର: ମେ’ ପ୍ରଥମ ସପ୍ତାହରୁ ୧୭ ଜିଲ୍ଲାରେ ରବିଧାନ ସଂଗ୍ରହ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଧାନ ସଂଗ୍ରହ କରାଯିବ । ଏଥିପାଇଁ ମାର୍ଗଦର୍ଶିକା ଜାରି ହୋଇଛି । ଧାନ ସଂଗ୍ରହ କେନ୍ଦ୍ରରେ ମାସ୍କ ବ୍ୟବହାର, ଓ ସାମାଜିକ ଦୂରତ୍ୱକୁ କଡାକଡି ପାଳନ କରାଯିବ । ଭିଡ଼ ଏଡ଼ାିବା ପାଇଁ ଗୋଟିଏ କେନ୍ଦ୍ରରେ ଦିନକୁ ୩୦ରୁ ୩୫ ପର୍ଯ୍ୟନ୍ତ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯିବ । ଅଧିକ ସଂଖ୍ୟାରେ ଧାନ ସଂଗ୍ରହ କେନ୍ଦ୍ର ଖୋଲାଯିବ । ଏଥିପାଇଁ ତୁରନ୍ତ ପ୍ରସ୍ତାବ ଦେବାକୁ ସମ୍ପୃକ୍ତ ଜିଲ୍ଲାପାଳ ମାନଙ୍କୁ କୁହାଯାଇଛି ।

ଚାଷୀ ଓ ଶ୍ରମିକଙ୍କ ପାଇଁ ସାନିଟାଇଜର ବ୍ୟବସ୍ଥା କରାଯିବ । ଯେଉଁ କେନ୍ଦ୍ରରେ ଭିଡ଼ ହେବ, ଧାନସଂଗ୍ରହ ପାଇଁ ଅନୁମତି ଦିଆଯିବନି । ପ୍ରତିଦିନ ସକାଳ ୭ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଧାନସଂଗ୍ରହ କରାଯିବ । ଅପରାହ୍ନରେ ଧାନ କଳ ପକ୍ଷରୁ ଧାନ ଉଠାଣ ହେବ । ପଡୋଶୀ ରାଜ୍ୟର ଧାନ ଓଡ଼ିଶା ମଧ୍ୟକୁ ଯେପରି ପ୍ରବେଶ କରିପାରିବ ନାହିଁ ସେନେଇ ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ଯାଞ୍ଚ ବ୍ୟବସ୍ଥା କଡାକଡି କରାଯିବ । କେନ୍ଦ୍ରରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଚାଷୀଙ୍କୁ ସେମାନଙ୍କ ଧାନ ବିକିବା ପାଳି ଓ ସମୟ ସମ୍ପର୍କରେ ସୂଚିତ କରାଯିବ । କାହାରିକୁ ଜ୍ୱର କିମ୍ବା ଥଣ୍ଡା ହୋଇଥିଲେ ତୁରନ୍ତ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଦିଆଯିବ ।

ବାଲେଶ୍ୱର, ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଟକ, ଯାଜପୁର, ଝାରସୁଗୁଡାରେ ରବି ଧାନ ସଂଗ୍ରହ କରାଯିବ । ସେହିଭଳି କଳାହାଣ୍ଡି, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ପୂରୀ, ରାୟଗଡ଼ା, ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲ୍ଲାରେ ରବି ଧାନ ସଂଗ୍ରହ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.