ଅକ୍ଟୋବର ୧୦ରୁ ରାଇଦାମୋଦର ପୂଜା ଆରମ୍ଭ, ବର୍ତ୍ତମାନ ସୁଦ୍ଧା ପଞ୍ଜିକରଣ କଲେଣି ୨୯୨୦ ଜଣ ହବିଷ୍ୟାଳୀ

ପୁରୀ(କେନ୍ୟୁଜ୍): ଅକ୍ଟୋବର ୧୦ରୁ ଆରମ୍ଭ ହେଉଛି ରାଇଦାମୋଦର ପୂଜା । ପୁରୀରେ ରହି ବ୍ରତ ପାଳିବେ ହବିଷ୍ୟାଳୀ । ପୁରୀରେ ହବିଷ୍ୟାଳୀଙ୍କ ରହିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା, ବାଗେଡିଆ ଧର୍ମଶାଳା ଓ ମୋଚି ସାହି କଲ୍ୟାଣ ମଣ୍ଡପରେ ହବିଷ୍ୟାଳୀଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହାସହ ପୂଜା,ଶୃଙ୍ଖଳିତ ମହାପ୍ରଭୁଙ୍କ ଦର୍ଶନ, ଭଜନ କୀର୍ତନ, ସୁରକ୍ଷା ଏବଂ ମହାପ୍ରସାଦ ସେବନ ଆଦିର ମଧ୍ୟ ବ୍ୟବସ୍ଥା ହୋଇଛି ।

ବର୍ତ୍ତମାନ ସୁଦ୍ଧା ୨୯୨୦ ଜଣ ହବିଷ୍ୟାଳୀ ପଞ୍ଜିକରଣ କରିଛନ୍ତି । ହବିଷ୍ୟାଳୀଙ୍କ ରହିବା ସମୟରେ ଯେଭଳି କୌଣସି ଅସୁବିଧା ନହୁଏ, ସେଥିପ୍ରତି ଯତ୍ନବାନ୍‌ ହେବାକୁ ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦିଆଯାଇଛି । ପ୍ରତି ରହଣୀ ସ୍ଥାନରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କାର୍ତ୍ତିକ ହବିଷ୍ୟାଳୀଙ୍କ ପାଇଁ ୨୯ ତାରିଖ ପର୍ଯ୍ୟନ୍ତ ଅନଲାଇନ୍‌ ରେଜିଷ୍ଟ୍ରେସନ୍‌ ହୋଇଥିଲା । ଆବେଦନକାରୀ www.puri.nic.in ସାଇଟରୁ ପଞ୍ଜିକରଣ କରିଥିଲେ । ଆସନ୍ତା ୬ ତାରିଖରୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ସହ ବାଳ ଭୋଗ ଓ ରାଇଦାମୋଦର ବେଶ ଅନୁଷ୍ଠିତ ହେବ । ଆସନ୍ତା ୧୦ ତାରିଖରୁ ହବିଷ୍ୟାଳୀ ସଂକଳ୍ପ କରି କାର୍ତ୍ତିକ ବ୍ରତ ଆରମ୍ଭ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.