ୟୁରିକ୍ ଏସିଡ୍ ହେଲେ ଜାଣନ୍ତୁ କ’ଣ ଖାଇବା ଉଚିତ୍ ଓ ଅନୁଚିତ୍, ଏହାର କିପରି କରିବେ ପ୍ରତିକାର

ୟୁରିକ୍ ଏସିଡ୍ ବୃଦ୍ଧି ଏକ ଗୁରୁତର ସମସ୍ୟା, ଯେଉଁ କାରଣରୁ ଶରୀରରେ ଅନେକ ସମସ୍ୟା ଦେଖାଯାଏ। ୟୁରିକ୍ ଏସିଡ୍ ହେଉଛି ଏକ ରାସାୟନିକ ପଦାର୍ଥ ଯାହା ଆମ ସମସ୍ତ ଶରୀରରେ ତିଆରି ହୋଇଥାଏ। ଏହି ରାସାୟନିକ ଶରୀରରୁ କିଡନୀ ଦ୍ୱାରା ପରିସ୍ରା ମାଧ୍ୟମରେ ଫିଲ୍ଟର୍ କରାଯାଏ। ଯେତେବେଳେ ଶରୀରରୁ ୟୁରିକ୍ ଏସିଡ୍ ବାହାର କରାଯାଏ ନାହିଁ, ଏହା ଗଣ୍ଠିରେ ଜମା ହେବା ଆରମ୍ଭ କରେ। ଯେତେବେଳେ ଶରୀରରେ ୟୁରିକ୍ ଏସିଡର ସ୍ତର ବଢ଼ି ଯାଇଥାଏ, ମାଂସପେଶୀ ଫୁଲିଯିବା ଆରମ୍ଭ କରେ ଓ ଗଣ୍ଠିରେ ବହୁତ ଯନ୍ତ୍ରଣା ହୁଏ। ଯେତେବେଳେ ଗଣ୍ଠି ଯନ୍ତ୍ରଣା ବଢ଼େ ଏହା ଗାଉଟ (gout) ସୃଷ୍ଟି କରେ। ଏହି ରୋଗ ହେତୁ ହାତ, ପାଦ ଓ ମାଂସପେଶୀରେ ଯନ୍ତ୍ରଣା ହେବାର ଲାଗେ। ଏହି ସମୟରେ ଖାଦ୍ୟ ପେୟ ଉପରେ ବିଶେଷ ଧ୍ୟାନ ଦେବାକୁ ପଡିଥାଏ। ଯାହାଦ୍ୱାରା ୟୁରିକ୍ ସ୍ତର ନିୟନ୍ତ୍ରଣରେ ରହିଥାଏ। ତେଣୁ ଚାଲନ୍ତୁ ଜାଣିବା ଏପରି କିଛି ଖାଦ୍ୟ ବିଷୟରେ, ଯାହା ଆପଣଙ୍କ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।

ୟୁରିକ୍ ଏସିଡ୍ ନିୟନ୍ତ୍ରଣରେ ରଖିବା ପାଇଁ ହେଲେ ଆପଣ ଅଧିକ ଗାଜର ଖାଇବାକୁ ପଡିବ ।

ଏହି ସମୟରେ ଆପଣଙ୍କ ଖାଦ୍ୟରେ ବିଟ୍ ଅନ୍ତର୍ଭୂକ୍ତ କରନ୍ତୁ, ଏହା ଆପଣଙ୍କର ୟୁରିକ୍ ଏସିଡ୍ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।

ଏହା ବ୍ୟତୀତ ପୁଦିନା ଏବଂ ଟମାଟୋ ଅଧିକରୁ ଅଧିକ ଖାଆନ୍ତୁ। ଏହା ମଧ୍ୟ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଖାଦ୍ୟରେ ପିଆଜ, କାକୁଡି, କ୍ୟାପସିକମ୍ ଅନ୍ତର୍ଭୂକ୍ତ କରନ୍ତୁ।

ୟୁରିକ୍ ଏସିଡ୍‌ରେ କ’ଣ ନଖାଇବା ଉଚିତ୍ :

ୟୁରିକ୍ ଏସିଡ୍ ରେ ଅଧିକ ବାଇଗଣ ଖାଇବା ଠାରୁ ଦୂରେଇ ରୁହନ୍ତୁ। ଏହାକୁ ଖାଇବା ଦ୍ୱାରା ଶରୀରରେ ଫୁଲା ଏବଂ କୁଣ୍ଡେଇ ହେବାର ସମସ୍ୟା ଦେଖା ଦିଏ।

ଏହି ସମୟରେ ମଟର ମଧ୍ୟ ଖାଇବା ଉଚିତ୍ ନୁହେଁ, ଏହା ୟୁରିକ୍ ଏସିଡ୍ ସ୍ତରକୁ ଖରାପ କରିଥାଏ । ଏଥି ସହିତ, ପାଳଙ୍ଗ, ବନ୍ଧକୋବି ଏବଂ ଛତୁ ମଧ୍ୟ ଖାଇବା ଉଚିତ୍ ନୁହେଁ।

ବିନ୍ସ ଖାଇବାରୁ ମଧ୍ୟ ଦୂରେଇ ରୁହନ୍ତୁ।

ଏହାର ପ୍ରତିକାର:

ଶରୀରକୁ ସକ୍ରିୟ ରଖନ୍ତୁ।
ପ୍ରତିଦିନ ଅତି କମରେ ୪୫ ମିନିଟ୍ ଚାଲନ୍ତୁ କିମ୍ବା ବ୍ୟାୟାମ କରନ୍ତୁ।
ଅଧିକ ପାଣି ପିଅନ୍ତୁ। ଜଳ ୟୁରିକ୍ ଏସିଡ୍ ନିୟନ୍ତ୍ରଣ କରେ।
ମସୁର ଡାଲି, ମଟର, ଓ ଡାଲି ପରି ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ।
ନିଶ୍ଚିତ କରନ୍ତୁ ଯେ ଆପଣଙ୍କର ଶୋଇବା ସମୟ ଓ ଜାଗ୍ରତ ସମୟ ଠିକ୍ ରହିବା।
ଆମଲା, ବିରି ଓ କମଳା ଖାଆନ୍ତୁ। ୟୁରିକ୍ ଏସିଡ୍ ନିୟନ୍ତ୍ରଣ କରିବାରେ ସାଇଟ୍ରସ୍ ଫଳ ଫଳପ୍ରଦ।

You might also like