ଟ୍ରେନ ରହଣି ଦାବିରେ ରେଳ ରୋକ ସହ ବାମରା ବନ୍ଦ, ଅନିର୍ଦ୍ଦିଷ୍ଟକାଳ ପାଇଁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଡାକରା

ଟ୍ରେନ ରହଣି ଦାବିରେ ରେଳରୋକ ସହ ବାମରା ବନ୍ଦ ପାଳନ । ଅନିର୍ଦ୍ଦିଷ୍ଟକାଳ ପାଇଁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ପାଳନ । ୧୨ଟି ଟ୍ରେନ ରହଣି ଦାବିରେ ବନ୍ଦ ପାଳନ କରାଯାଉଛି ।

କୁଚିଣ୍ଡା (କେନ୍ୟୁଜ): ୧୨ଟି ଟ୍ରେନ ରହଣି ଦାବିରେ ରେଳ ରୋକ ସହ ବାମରା ବନ୍ଦ । ବାମରା ରେଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବାମରା ଠାରେ ରେଳ ରୋକ କରାଯିବ ସହ ବାମରା ସମ୍ପୂର୍ଣ୍ଣ ବନ୍ଦ ରହିଛି । ବାମରା ରେଳ ଷ୍ଟେସନରେ କରୋନା ପୂର୍ବରୁ ବହୁ ଗୁଡିଏ ଟ୍ରେନର ରହଣୀ ଥିଲା । ମାତ୍ର କରୋନା ପରେ ସେହିସବୁ ଟ୍ରେନ ରହଣୀ ଉଚ୍ଛେଦ କରାଯାଇଛି । କିଛି ଦିନ ଗୁଡ଼ାଏ ଟ୍ରେନ ରହଣୀ ହୋଇଥିବା ବେଳେ ପୁନଃ ସେଗୁଡିକୁ ଉଚ୍ଛେଦ କରିଦିଆଗଲା । ବାମରା ରେଳ ଷ୍ଟେସନ ହାୱାଡା-ମୁମ୍ବାଇ ଦକ୍ଷିଣ ପୂର୍ବ ରେଳ ପଥ ଅଧୀନରେ ଆସୁଥିବା ବେଳେ ଏହାର ଡିଭିଜନ ଅଫିସ ଚକ୍ରଧରପୁର ଓ ମୁଖ୍ୟଳୟ କଲିକତାରେ ରହିଛି ।

ଏହାରି ଦାବିରେ ଆଜି ପୁଣିଥରେ ରେଳ କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ରେଳ ରୋକ କରିଛି । ବହୁ ମହିଳା ପୁରୁଷ ରେଳ ଧାରଣ ଉପରେ ବସି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଦାବି ପୂରଣ ହେବ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ରେଳ କ୍ରିୟାନୁଷ୍ଠାନ କମିଟୀ କହିଛନ୍ତି। ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.