Below header

ବରିଷ୍ଠ ନେତା ସୁଭାଷ ସିଂହ ବୁଲି ଦେଖିଲେ କେ ନ୍ୟୁଜ୍‌ ଓ କଳିଙ୍ଗ ଟିଭି ପୋର୍ଟାଲ କାର୍ଯ୍ୟାଳୟ

ଭୁବନେଶ୍ବର(କେନ୍ୟୁଜ୍‌): କେନ୍ୟୁଜ୍‌ ଓ କଳିଙ୍ଗ ଟିଭି ପୋର୍ଟାଲ ନ୍ୟୁଜ୍‌ ଡେସ୍କରେ ବରିଷ୍ଠ ଜନପ୍ରତିନିଧି ସୁଭାଷ ସିଂହ । ଏକ ସୌଜନ୍ୟମୂଳକ ପରିଦର୍ଶନ ବେଳେ ସୁଭାଷ ସିଂହ ଏହି ନ୍ୟୁଜ୍‌ ପୋର୍ଟାଲର ଲୋକପ୍ରିୟତା ବଢ଼ି ଚାଲିଥିବା କଥା କହିବା ସହ ସମସ୍ତ କର୍ମଚାରୀଙ୍କୁ ପ୍ରଶଂସା କରିଥିଲେ । ଏହା ସହିତ ବର୍ତ୍ତମାନ ବ୍ୟାପିଥିବା କରୋନା ଭାଇରସ୍‌ ସମ୍ପର୍କରେ ସଠିକ୍‌ ଖବର ପ୍ରକାଶ କରିବା, ଏହାକୁ ନେଇ ନିଜେ ସତର୍କ ଓ ସଚେତନ ରହିବା ସହିତ ଲୋକଙ୍କୁ ସଚେତନ କରିବାକୁ ଅନୁରୋଧ କରିଥିଲେ । ଏହି ବିଜେଡି ନେତା ରାଜ୍ୟସଭା ସଦସ୍ୟ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ବସ୍ତିବାସିନ୍ଦା, ଗରିବ ଖଟିଖିଆଙ୍କ ନେତା ଭାବେ ସୁଭାଷ ଖୁବ୍‌ ଜଣାଶୁଣା । ଆଜି ତାଙ୍କର ପରିଦର୍ଶନ ବେଳେ କଳିଙ୍ଗ ଟିଭିର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ହିମାଂଶୁ ଖଟୁଆ ମଧ୍ୟ ଉପସ୍ଥିତି ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.