ପଞ୍ଚଭୂତରେ ଲୀନ ହେଲା ବରିଷ୍ଠ ନେତା ରାମକୃଷ୍ଣ ପଟ୍ଟନାୟକଙ୍କ ମରଶରୀର

ପୁରୀ (କେନ୍ଯୁଜ୍): ପଞ୍ଚଭୂତରେ ଲୀନ ହେଲା ବରିଷ୍ଠ ନେତା ରାମକୃଷ୍ଣ ପଟ୍ଟନାୟକଙ୍କ ମରଶରୀର। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଗତକାଲି ରାତି ୧୨ଟାରେ ତାଙ୍କ ଜନ୍ମମାଟି ଗଞ୍ଜାମ ଜିଲ୍ଲା ଢୁଙ୍କାପଡ଼ା ଗାଁରେ ପହଞ୍ଚିଥିଲା।

ବିଳମ୍ବିତ ରାତି ପର୍ଯ୍ୟନ୍ତ ଗାଁ ଲୋକେ ଅପେକ୍ଷା କରି ରହିଥିଲେ ନିଜ ପ୍ରିୟ ନେତାଙ୍କ ଶେଷ ଦର୍ସନ ପାଇଁ। ତାଙ୍କ ବାସଭବନରେ ସମସ୍ତେ ଉପସ୍ଥିତ ରହି ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଗାଁରେ ସୃଷ୍ଟି ହୋଇଥିଲା ଶୋକାକୂଳ ପରିବେଶ। ଏହାପରେ ପୁରୀକୁ ନିଆଯାଇଥିଲା ଅନ୍ତିମ ସଂସ୍କାର ପାଇଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.