ଆଗ କହିଲେ ଦୁଷ୍କର୍ମ ହୋଇଛି ପରେ ବୟାନ ବଦଳାଇ ଦେଲେ, ମିଥ୍ୟା ସାକ୍ଷୀ ଦେଇଥିବାରୁ ଅଭିଯୋଗ କାରିଣୀକୁ ଜେଲ ଦଣ୍ଡ

ଫୁଲବାଣୀ(କେନ୍ୟୁଜ୍):  ଦୁଷ୍କର୍ମ ପୀଡ଼ିତା ଅଭିଯୋଗ କାରିଣୀକୁ ଜେଲ ଦଣ୍ଡ । ଏପରି ଦୃଷ୍ଟାନ୍ତ ମୂଳକ ରାୟ ଦେଇଛନ୍ତି ଫୁଲବାଣୀ ଫାଷ୍ଟଟ୍ରାକ୍‌ ସ୍ପେଶିଆଲ କୋର୍ଟ । ଗତ ୨୦୨୦ ମେ’ ୨୨ତାରିଖରେ ସଦର ଥାନା ଅନ୍ତର୍ଗତ ଏକ ଦୁଷ୍କର୍ମ ମାମଲାରେ ପୀଡ଼ିତା ସଦର ପୋଲିସ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୀଡ଼ିତାଙ୍କୁ ସେତେବେଳେ ପୋଲିସ ପକ୍ଷରୁ ଡାକ୍ତର ମାଇନା କରାଯାଇ କୋର୍ଟରେ ୧୬୪ ଧାରାରେ ବୟାନ ରେକର୍ଡ କରଯାଇଥିଲା । ସେହି ଦୁଷ୍କର୍ମ ମାମଲାରେ ପୀଡିତର ବୟାନକୁ ଆଧାର କରି ୪ ଜଣକୁ ପୋଲିସ ଗିରଫ ମଧ୍ୟ କରିଥିଲା । କିନ୍ତୁ ବର୍ତ୍ତମାନ ଯେତେବେଳେ ସେହି କେସ୍‌ର କୋର୍ଟରେ ବିଚାର କରାଗଲା ଦୁଷ୍କର୍ମ ପୀଡ଼ିତା ନିଜ ବୟାନରୁ ଓହରି ବୟାନ ବଦଳାଇ ଦୁଷ୍କର୍ମ ହୋଇନଥିବା କହିଛି ।

ବିଚାରପତି ପୀଡ଼ିତାଙ୍କ ବୟାନକୁ ଆଧାର କରି ଅଭିଯୁକ୍ତ ୪ଜଣଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି । ଏହାସହ କୋର୍ଟରେ ମିଥ୍ୟା ସାକ୍ଷୀ ଦେଇଥିବାରୁ ଅଭିଯୋଗ କାରିଣୀଙ୍କ ବିରୋଧରେ ଆଇପିସି ଧାରା ୧୯୩ ଅନୁସାରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଦୁଷ୍କର୍ମ ପୀଡ଼ିତାଙ୍କୁ ଦିଆଯାଉଥିବା ସହାୟତା ରାଶିକୁ ମଧ୍ୟ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.