ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ ଅନୁକୁଳ, ଶ୍ରୀମନ୍ଦିରରୁ ରଥଖଳାକୁ ଆସିଲା ଆଜ୍ଞାମାଳ

ପୁରୀ (କେନ୍ୟୁଜ): ରଥ ନିର୍ମାଣ ଅନୁକୂଳ । ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁ୍‌ଖରୁ ଆଜ୍ଞାମାଳ ବିଜେ ହୋଇଛି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣର ହେବ ଶୁଭ ଅନୁକୂଳ। ପବିତ୍ର ଅକ୍ଷୟ ତୃତୀୟାରୁ ଶ୍ରୀମନ୍ଦିରରେ ୨ଟି ପର୍ବ ପାଳନ କରାଯାଉଛି । ଗୋଟିଏ ପଟେ ରଥ କାଠ ଅନୁକୂଳ ହୋଇଥିବାବେଳେ ଓ ଅନ୍ୟଟି ମହାପ୍ରଭୁ ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନ ଧରି ଚାପ ଖେଳିବାର ପରମ୍ପରା ରହିଛି ।

ଏହି ଅବସରରେ ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସପି କେ. ବିଶାଲ ସିଂ ଉପସ୍ଥିତ ଅଛନ୍ତି । ରଥ ନିର୍ମାଣ ଅନୁକୂଳ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଡ଼ା ବନ୍ଦୋବସ୍ତ କରାଯାଇଥିଲା । ସେପଟେ ଆଜିଠୁ ୨୧ ଦିନ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ ମହାପ୍ରଭୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.