50MP କ୍ୟାମେରା ସହିତ ଲାଗିଲା Moto G52 ସେଲ୍, ମାତ୍ର ୧୩,୪୯୯ ଟଙ୍କାରେ କିଣିବାର ସୁଯୋଗ

ମାର୍କେଟକୁ ନୂଆ ନୂଆ ପ୍ରଡକ୍ଟ ଆସୁଥିବା ବେଳେ ଫୋନ୍ କମ୍ପାନୀ ମଧ୍ୟ ନିଜ ଗ୍ରାହକଙ୍କ ପାଇଁ ନୂଆ ଡିଜାଇନ୍ ସହ ଫୋନ୍ ତିଆରି କରୁଛି ଓ ମାର୍କେଟରେ ଭଲ ଦାମରେ ସେଲ୍ ମଧ୍ୟ କରୁଛି । ଠିକ୍ ସେମିତି ମୋଟୋ ନିଜର ନୂଆ ଫୋନ୍ ସେଲ ଆରମ୍ଭ କରିଛି। ଯାହାକୁ ଆପଣ ଅନଲାଇନ୍ ସପିଂ ୱେବସାଇଟ୍ ଫ୍ଲିପକାର୍ଟ ମାଧ୍ୟମରେ କିଣି ପାରିବେ।

ସ୍ମାର୍ଟଫୋନରେ 50MP କ୍ୟାମେରା ଏବଂ 30W ଫାଷ୍ଟ ଚାର୍ଜିଂ ଭଳି ଅନେକ ଦମଦାର ଫିଚର୍ ରହିଛି। ଏହାକୁ ଆପଣ ଯେତେ ଶୀଘ୍ର କିଣିବେ ଏହା ଆପଣଙ୍କୁ ଅତି କମ୍ ମୂଲ୍ୟରେ ମିଳିବ। ଗତ ସପ୍ତାହରେ ମୋଟରୋଲା ଏହାର ମୋଟୋ G52 ସ୍ମାର୍ଟଫୋନକୁ ଲଞ୍ଚ କରିଥିଲା। ଅନଲାଇନ୍ ସପିଂ ୱେବସାଇଟ୍ ଫ୍ଲିପକାର୍ଟ ମାଧ୍ୟମରେ ଆପଣ ଏହି ଫୋନ୍ କିଣି ପାରିବେ।

ଏହି ସ୍ମାର୍ଟଫୋନର ଦୁଇଟି ଭାରିଆଣ୍ଟ ରହିଛି। ଏହାର 4GB RAM + 128GB ଷ୍ଟୋରେଜ୍ ଭାରିଆଣ୍ଟର ମୂଲ୍ୟ ୧୪ ହଜାର ୪୯୯ ଟଙ୍କା। ଏହାର ଭିନ୍ନ ଏକ ଭାରିଆଣ୍ଟରେ 6GB RAM + 128GB ଷ୍ଟୋରେଜ୍ ରହିଛି। ଯାହାର ମୂଲ୍ୟ ରହିଛି ୧୬ ହଜାର ୪୯୯ ଟଙ୍କା। ତେବେ ଲଞ୍ଚ ଅଫର ଅନୁଯାୟୀ କମ୍ପାନୀ HDFC ବ୍ୟାଙ୍କ କାର୍ଡଧାରୀଙ୍କୁ ତୁରନ୍ତ ୧୦୦୦ ଟଙ୍କା ରିହାତି ପ୍ରଦାନ କରିବ। ଯେଉଁଥିରେ ଆପଣ ୧୩ ହଜାର, ୪୯୯ ଟଙ୍କାରେ ଏହି ଫୋନ୍ କିଣିପାଇବେ। ଏହା ଦୁଇଟି ରଙ୍ଗ ହ୍ଵାଇଟ ଓ ଗ୍ରେ ରଙ୍ଗରେ ମାର୍କେଟରେ ଉପଲବ୍ଧ।

ମୋଟୋ G52 ର ଅନ୍ୟ ସ୍ପେସିଫିକେସନ୍ ବିଷୟରେ କହିବାକୁ ଗଲେ, ମୋଟରୋଲା G52 ସ୍ମାର୍ଟଫୋନରେ 6.6-ଇଞ୍ଚ ଫୁଲ୍ HD + OLED ଡିସପ୍ଲେ ଅଛି। ଏହି ଡିସପ୍ଲେ 1080×2400 ପିକ୍ସେଲ ରିଜୋଲୁସନ ସହିତ 90Hz ରିଫ୍ରେଶ ରେଟକୁ ସପୋର୍ଟ କରେ। ଡିସପ୍ଲେରେ ସେଲଫି କ୍ୟାମେରା ପାଇଁ ଏକ ପଞ୍ଚ୍ ହୋଲ୍ ମଧ୍ୟ ଅଛି। ଏହି ମୋଟୋ ଫୋନରେ ସ୍ନାପଡ୍ରାଗନ୍ 680 ପ୍ରୋସେସର୍ ରହିଛି। 6GB RAM ଏବଂ 256GB ପର୍ଯ୍ୟନ୍ତ ଷ୍ଟୋରେଜ୍ ରହିଛି। ଫୋନରେ ଡୁଆଲ୍ ସ୍ପିକର ଏବଂ ଡଲବି ସାଉଣ୍ଡ ମଧ୍ୟ ରହିଛି। ଫଟୋ ଏବଂ ଭିଡିଓ ପାଇଁ ଏଥିରେ ତିନୋଟି ବ୍ୟାକ କ୍ୟାମେରା ରହିଛି।

ଏଥିରେ 50 ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା, 8 ମେଗାପିକ୍ସେଲର ଅଲ୍ଟ୍ରା ୱାଇଡ୍ ଆଙ୍ଗଲ୍ ଲେନ୍ସ ଏବଂ 2 ମେଗାପିକ୍ସେଲର ଡିପ୍ ସେନ୍ସର ରହିଛି। ଫ୍ରଣ୍ଟ କ୍ୟାମେରା 16 ମେଗାପିକ୍ସେଲ କ୍ୟାମେରା ଦିଆଯାଇଛି। ସ୍ମାର୍ଟଫୋନରେ 5000mAh ବ୍ୟାଟେରୀ ଅଛି, ଯାହା 30W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରେ । ଏହି ମୋଟୋ ଫୋନ୍ IP52 ରେଟିଂ ସହିତ ଆସିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.