ରାଜ୍ୟରେ ରେମଡିସିଭିର ଅଭାବ, ଦରକାର ୨୦୦୦ ମିଳିଛି ମାତ୍ର ୯୨ ଭାଏଲ

ରାଜ୍ୟରେ ରେମଡିସିଭିର ଅଭାବ। ରେମଡିସିଭିରର ବିତରଣ କେନ୍ଦ୍ର ସରକାର କରୁଥିବା ବେଳେ ଏହାର ଆହୁରି ଆବଶ୍ୟକତା ରହିଛି। ଏପ୍ରିଲ ୨୧ରୁ ୩୦ ଯାଏ ରାଜ୍ୟରେ ୨୧ ହଜାର ଭାଏଲ ଦେବାକୁ କେନ୍ଦ୍ର କହିଛି। ପ୍ରତିଦିନ କିଛି କିଛି ରେମଡିସିଭିର ଭାଏଲ ରାଜ୍ୟକୁ ଆସୁଛି।

ରାଜ୍ୟରେ ଗତକାଲି ରେମଡିସିଭିର ଦୁଇ ହଜାର ଭାଏଲ ଆବଶ୍ୟକତା ଥିଲା। ହେଲେ ଗତକାଲି କେବଳ ୯୨ ଭାଏଲ ମିଳିଛି। କେବଳ ରାଜ୍ୟରେ ଘରୋଇ ହସ୍ପିଟାଲକୁ ଭାଏଲ ଦିଆଯାଇଛି। ସରକାରୀ ହସ୍ପିଟାଲକୁ ରାଜ୍ୟ ଔଷଧ ନିଗମ ରେମଡିସିଭି ଦେବ। ହେଲେ ଘରୋଇ ମେଡିସିନ୍‌ ଦୋକାନ ଏହା ରଖିପାରିବେ ନାହିଁ ବୋଲି ଡ୍ରଗ୍ସ କଣ୍ଟ୍ରୋଲର ଅନନ୍ଦା ଶଙ୍କର ଦାସ ସୂଚନା ଦେଇଛନ୍ତି । ଅନ୍ୟପଟେ ରାଜ୍ୟରେ FABI FLUର ଅଭାବ ନାହିଁ। ଏହା ରାଜ୍ୟରେ ଚିହ୍ନଟ ହୋଇଥିବା ଘରୋଇ ମେଡିସିନ୍‌ ଦୋକାନରେ ମିଳିପାରିବ। ରାଜ୍ୟରେ FABI FLU ବିକ୍ରି କରିବାକୁ ୧୧୨୦ ଦୋକାନ ଚିହ୍ନଟ ହୋଇଛି। ସେହିପରି ଭୁବନେଶ୍ୱରରେ ୪୦ଟି ଦୋକାନ ଚିହ୍ନଟ ହୋଇଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.