ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପ୍ରଫେସର ନିଯୁକ୍ତି ପ୍ରସଙ୍ଗ, ବିଜ୍ଞପ୍ତିକୁ ବେଆଇନ ଦାବି କଲେ ଆବେଦନକାରୀ

କେନ୍ୟୁଜ୍: ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଓ ଆସୋସିଏଟ୍‌ ପ୍ରଫେସର ନିଯୁକ୍ତି ନେଇ ରାଜ୍ୟ ସରକାର ଗତ ଜୁନ୍‌ ୨୧ରେ କରିଥିବା ବିଜ୍ଞପ୍ତି ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଗତ ମାମଲାରେ ହାଇକୋର୍ଟଙ୍କୁ ଅବଗତ କରାଯାଇ ଥିଲା ଯେ, ପ୍ରକାଶିତ ନିଯୁକ୍ତି ସମ୍ପର୍କିତ ବିଜ୍ଞପ୍ତି ବେଆଇନ । ଏଥିରେ ସରକାରଙ୍କ ସଂରକ୍ଷଣ ଓଆର୍‌ଭି ଆଇନ ୧୯୭୫କୁ ସମ୍ପୂର୍ଣ୍ଣ ଉଲ୍ଲଙ୍ଘନ କରାଯାଇଛି। ବିଶ୍ୱବିଦ୍ୟାଳୟଗୁଡିକରେ ପ୍ରଫେସର ଓ ଆସୋସିଏଟ ପ୍ରଫେସର ନିଯୁକ୍ତିରେ କୌଣସି ସଂରକ୍ଷଣ ରହିବ ନାହିଁ ବୋଲି ଏହି ବିଜ୍ଞପ୍ତି ପ୍ରକାଶିତ ହୋଇଛି। ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ସମସ୍ତ ବିଶ୍ୱବିଦ୍ୟାଳୟକୁ ଦିଆଯିବା ପରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସମେତ ଅନ୍ୟ ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ନେଇ ବିଜ୍ଞାପନ ପ୍ରକାଶିତ ହୋଇଛି । ଏହି ନିଯୁକ୍ତି ବିଜ୍ଞାପନରେ ପ୍ରଫେସର ଓ ଆସୋସିଏଟ ପ୍ରଫେସର ପଦବୀରେ କୌଣସି ସଂରକ୍ଷଣ ରଖିନାହାନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ଆବେଦନକାରୀ ଏହାକୁ ଚାଲେଞ୍ଜ କରିଥିବାବେଳେ ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ଉପରେ ଅନ୍ୟାଦେଶ ପର୍ଯ୍ୟନ୍ତ ରହିତାଦେଶ ଜାରି କରାଯାଇଛି। ଆସନ୍ତା ୨୦ ତାରିଖରେ ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.