ସୁନ୍ଦରଗଡ: ଭିଜିଲାନ୍ସ ପଞ୍ଝାରେ RMC ଇନ୍ସପେକ୍ଟର, ଏକକାଳୀନ ୫ଟି ସ୍ଥାନରେ ଚାଲିଛି ଚଢାଉ

ସୁନ୍ଦରଗଡ(କେନ୍ୟୁଜ୍): ଭିଜିଲାନ୍ସ ପଞ୍ଝାରେ RMC ଇନ୍ସପେକ୍ଟର। ସୁନ୍ଦରଗଡ ଜିଲ୍ଲା ସର୍ଗିପାଲି ନିୟନ୍ତ୍ରିତ ବଜାର ପରିଷଦ ସମ୍ପାଦକ ବନମାଳୀ ନାଏକଙ୍କ ଘରେ ରେଡ୍‌ ହୋଇଛି । ଏକକାଳୀନ ୫ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ସୁନ୍ଦରଗଡ ସହର ତଳଶଙ୍କରାରରେ ଦୁଇଟି ୩ ମହଲା ଘର ଓ ଗୋଟିଏ ଦୁଇ ମହଲା ଘରେ ଯାଞ୍ଚ ଚାଲିଛି ।

କିଞ୍ଜିରିକେଲାରେ ଥିବା ପୈତୃକ ଘର, ଲେଫ୍ରିପଡା ଅଞ୍ଚଳରେ ଥିବା ସମ୍ପର୍କୀୟଙ୍କ ଘର ଓ ଆରଏମସି ଅଫିସରେ ତନାଘନା କରୁଛି ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍‌ ହୋଇଛି । ଚଢାଉରେ ସାମିଲ ଅଛନ୍ତି ୫ ଡିଏସ୍‌ପି, ୭ ଇନସ୍ପେକ୍ଟର, ୪ ଏଏସ୍‌ଆଇ ଓ ଭିଜିଲାନ୍ସର ଅନ୍ୟ କର୍ମଚାରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.