କେନ୍ଦୁଝର : ପାହାଡ଼ରୁ ଖସିଲା ବିରାଟ ପଥର, ଟ୍ରକ୍‌ ଚୁରମାର

କେନ୍ଦୁଝର (କେନ୍ୟୁଜ୍‌) : ଜାତୀୟ ରାଜପଥ ୪୯ରେ ଟ୍ରକ୍‌ଟି ଯାଉଥିଲା । ହେଲେ ଏଇ ବର୍ଷା ବେଳରେ ଅଚାନକ ପାହାଡ଼ରୁ ପଥର ଖସିଲା । ଆଉ ଚୁରମାର ହେଲା ଟ୍ରକ୍‌ । ଏହି ଘଟଣା ଘଟିଛି କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଜୁଡ଼ିଆ ଘାଟିରେ ।

ଗାଡ଼ିଟି ଘାଟି ଚଢୁଥିବା ବେଳେ ଏକ ବିରାଟ ପଥର ଖସି ଆସିଲା । ତେବେ ଟ୍ରକ୍‌ ଚଳାଉଥିବା ଡ୍ରାଇଭର୍‌ଙ୍କର ତା ଉପରେ ନଜର ପଡ଼ିଗଲା । ସେ ତୁରନ୍ତ ଗାଡ଼ିକୁ ସାଇଡ୍‌ କରି ଦେଇଥିଲେ । କିନ୍ତୁ ଆଉ ଅଧିକ କଡ଼କୁ ନେଇଥିଲେ ଏହା ପାହାଡ଼ ତଳକୁ ଓଲଟି ଯିବାର ଭୟ ଥିଲା । ତେଣୁ ସେ ସେଠି ଗାଡ଼ି ଅଟକାଇ ଦେଇଥିଲେ । ଆଉ କେଇ ମୁହୂର୍ତ୍ତ ଭିତରେ ବିରାଟକାୟ ପଥର ଗଡ଼ି ଆସି ଟ୍ରକ୍‌କୁ ଧକ୍କା ଦେଲା । ସେହି ପରିସ୍ଥିତିରେ କିଛି ଅଧିକା କରି ପାରି ନଥିଲେ । ଫଳରେ ବିରାଟ କାୟ ପଥରଟି ଏହି ଦଶ ଚକିଆ ଟ୍ରକ୍‌ରେ ଆସି ଖୁବ୍‌ ଜୋରରେ ବାଜିଲା । ଗାଡ଼ି ଭାଙ୍ଗି ରୁଜି ଯାଇଛି । ତେବେ ଘାଟୀ ତଳକୁ ଓଲଟି ନାହିଁ କି ଡ୍ରାଇଭରଙ୍କର କୌଣସି କ୍ଷତି ହୋଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.