ଆରପି କୋଚେ ହେଲେ ନୂଆ ଗୁଇନ୍ଦା ନିର୍ଦ୍ଦେଶକ

କେନ୍ୟୁଜ୍(ବ୍ୟୁରୋ):  ବଦଳିଲେ ଗୁଇନ୍ଦା ନିର୍ଦ୍ଦେଶକ। ଆରପି କୋଚେ ହେଲେ ନୂଆ ଗୁଇନ୍ଦା ନିର୍ଦ୍ଦେଶକ । ୧୯୯୩ ବ୍ୟାଚ୍‌ ଆଇପିଏସ ଅଫିସର ଆରପି କୋଚେଙ୍କୁ ଅତିରିକ୍ତ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଥିବା ଲଳିତ ଦାସଙ୍କୁ ଗୃହ ବିଭାଗର ଓଏସ୍‌ଡି ଭାବେ ବଦଳି କରାଯାଇଛି।

ମାଓବାଦୀଙ୍କ ମୁକାବିଲା ହେଉ କି ଡ୍ରଗ୍‌ସ ଓ ଗଞ୍ଜେଇ ଚାଲାଣ ରୋକିବା, ସବୁଥିରେ ଗୁଇନ୍ଦା ବିଭାଗର ଗୁରୁତ୍ୱ ଅଧିକ ରହିଛି। ସୁନିଲ ବଂଶଲ ପୋଲିସ ଡିଜି ଭାବେ ଦାୟିତ୍ୱ ନେବା ପରେ ପ୍ରଥମ ଥର ଲାଗି ଶୀର୍ଷସ୍ତରରେ ଅଦଳବଦଳ ହୋଇଛି। ତେବେ ହଠାତ ଗୁଇନ୍ଦା ନିର୍ଦ୍ଦେଶକ ବଦଳିବାର କାରଣ ସ୍ପଷ୍ଟ ହୋଇ ନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.