ଋକ୍ମଣୀ ଦ୍ୱାଦଶୀରେ କାଠ ଚକ୍ର ବାଣ ପ୍ରଦର୍ଶନ, ସାକ୍ଷୀଗୋପାଳ ବୀର ରାମଚନ୍ଦ୍ରପୁରରେ ବାଣୁଆଙ୍କ ଦ୍ୱାରା ପାଳିତ ହୁଏ ନିଆରା ପରମ୍ପରା

ପିପିିଲି(କେନ୍ୟୁଜ) : ପବିତ୍ର ଚମ୍ପକ ଦ୍ୱାଦଶୀ ଅବସରରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ବୀର ରାମଚନ୍ଦ୍ରପୁର ଗ୍ରାମରେ ଦେଖିବାକୁ ମିଳିଥିଲା କାଠ ଚକ୍ର ବାଣର ପରମ୍ପରା । ମୌସୁମୀ ବର୍ଷା ହାରମାନି ଥିଲା ଏହି ପରମ୍ପରା ଆଗରେ । ବାଣୁଆଙ୍କ ଦ୍ୱାରା ପାଳିତ ହୋଇଥିଲା ଏହି ନିଆରା ପରମ୍ପରା ।

ଆମ ସଂସ୍କୃତିରେ ରହିଛି ଅନେକ ପରମ୍ପରା । ଯାହା ବିଭିନ୍ନ ସମୟରେ ପାଳନ କରାଯାଇଥାଏ । ପ୍ରତ୍ଯେକଟି ପରମ୍ପରାରେ ରହିଛି ଭଗବତ ବିଶ୍ୱାସ । ଗ୍ରାମର ଆରାଧ୍ଯଙ୍କ ପାଇଁ ଗ୍ରାମବାସୀ ଉତ୍ସର୍ଗୀକୃତ ହୋଇ ନିଜର ଭକ୍ତି ନୈବେଦ୍ୟ ଅର୍ପଣ କରିଥାନ୍ତି । ଏଭଳି ଏକ ପରମ୍ପରା ହେଉଛି କାଠ ଚକ୍ର ବାଣ ପରମ୍ପରା । ବାପ ଜେଜେ ଅମଳରୁ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ସ୍ଥିତ ବୀରରାମଚନ୍ଦ୍ର ପୁରର ଗ୍ରମାବାସୀମାନେ ପାଳନ କରି ଆସୁଛନ୍ତି ଏହି ବାଣ ଯାତ୍ରାର ପରମ୍ପରା । ଠାକୁର ଗୋପୀନାଥ ଦେବଙ୍କ ସହିତ  ଋକ୍ମଣୀଙ୍କ ବିବାହ ଅନୁଷ୍ଠିତ ହେବା ପରେ ଠାକୁରଙ୍କୁ ଗ୍ରାମ ପରିକ୍ରମା କରାଯାଇ ବାଣ ଯାତ୍ରା ପଡ଼ିଆରେ ଖୁଂଟି ଲାଗି କରାଯାଇଥାଏ । ଏହା ପରେ ବାଣ ପ୍ରଦର୍ଶିତ କରାଯାଇଥାଏ ।

ratha

ଗ୍ରାମର ବାଣୁଆମାନେ ଦୀର୍ଘ ପନ୍ଦର ଦିନ ଧରି ବାଣକୁ ପ୍ରସ୍ତୁତ କରିଥାନ୍ତି। ଦ୍ୱାଦଶୀରେ ଠାକୁରଙ୍କ ସମ୍ମୁଖରେ ଦଣ୍ଡ ପୋତାଯାଇ ତା ଉପରେ ବାଣ ରଖି ଅଗ୍ନୀ ସଂଯୋଗ କରାଯାଇଥାଏ । ବାଣ ଦୁଇ ଗଣ୍ଠି ଅଥବା ଚାରି ଗଣ୍ଠି ଘୁରିବା ପରେ ବାଣୁଆମାନେ ନାଲି ଗାମୁଛା ଉଡ଼ାଇ ନାଚି ଗାଇ ନିଜର ଖୁସି ମନାଇ ଥାନ୍ତି । ପରସ୍ପରକୁ ଖୁସୀରେ ଆଲିଙ୍ଗନ କରିଥାନ୍ତି । ଏହି ଉତ୍ସବ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କର ମଧ୍ଯ ବେଶ ଭିଡ଼ ଜମିଥିଲା । ସମସ୍ତେ ଏହି ଯାତ୍ରାକୁ ଦେଖି ବେଶ ଖୁସ ବ୍ଯକ୍ତ କରିଥିଲେ ।

ଯାନି ଯାତ୍ରା ହେଉ ଅବା ପ୍ରଥା ପରମ୍ପରା । ଗ୍ରାମର ଲୋକମାନଙ୍କୁ ଏକତା ଡ଼ୋରରେ ବାନ୍ଧି ରଖିବା ସହିତ ଭାଇ ଚାରା ସୃଷ୍ଟି କରିବା ମୁଖ୍ଯ ଉଦ୍ଦେଶ୍ଯ । ଯାହା ଏହି ପରମ୍ପରାରୁ ସ୍ପଷ୍ଟ ଅଭାସ ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.