ବେଆଇନ ଡ୍ରଗ୍ସ ସେବନ ଅଭିଯୋଗ: ଅଭିନେତା ଶକ୍ତି କପୁରଙ୍କ ପୁଅ ସିଦ୍ଧାନ୍ତ କପୁର ବେଙ୍ଗାଳୁରୁ ପୋଲିସ ଦ୍ୱାରା ଗିରଫ

ମୁମ୍ବାଇ: ଅଭିନେତା ଶକ୍ତି କପୁରଙ୍କ ପୁଅ ସିଦ୍ଧାନ୍ତ କପୁର ବେଙ୍ଗାଳୁରୁ ପୋଲିସ ଦ୍ୱାରା ଗିରଫ । ବେଙ୍ଗାଳୁରୁ ପୋଲିସ ଚେକିଂ ବେଳେ ଡ୍ରଗ୍ସ ସେବନ ଅଭିଯୋଗରେ ଗିରଫ ହୋଇଥିବା ସୂଚନା । ସୂଚନା ଗତକାଲି ରାତିରେ ସିଦ୍ଧାନ୍ତ କପୁର ଏକ ହୋଟେଲ ରୁ ପାର୍ଟି ସାରି ଫେରୁଥିବା ବେଳେ ପୋଲିସ ଚେକିଂ ବେଳେ ଡ୍ରଗ୍ସ ସେବନ କରିଥିବା ଜଣା ପଡିଥିଲା ।

ପାର୍ଟିରୁ ଫେରିବା ସମୟରେ ପୋଲିସ ଚେକିଂ ବେଳେ ସନ୍ଦେହ କରିବା ପରେ ତାଙ୍କର ଟେଷ୍ଟ କରାଯାଇଥିଲା । ପରେ ପୋଲିସ ତାଙ୍କୁ ଡ୍ରଗ୍ସ ସେବନ ଅଭିଯୋଗରେ ଗିରଫ କରିଥିବା ସୂଚନା ମିଳିଛି । ସିଦ୍ଧାନ୍ତ ହେଉଛନ୍ତି ବଲିଉଡ ଅଭିନେତା ଶ୍ରଦ୍ଧା କପୁରଙ୍କ ଭାଇ । ଯାହାଙ୍କୁ ବେଆଇନ ଡ୍ରଗ୍ସ ସେବନ କରିଥିବା ଅଭିଯୋଗରେ ପୋଲିସ ଗିରଫ କରିଛି । ଏଥି ସହିତ ଅନ୍ୟ ୬ ଜଣଙ୍କର ମଧ୍ଯ ଚେକିଂବେଳେ ଡ୍ରଗ୍ସ ସେବନ କରିଥିବା ନେଇ ସୂଚନା ମିଳିଛି । ଏହି ଖବର ମିଳିବା ପରେ ଗଣମାଧ୍ୟମ ପକ୍ଷରୁ ଶକ୍ତି କପୁରଙ୍କ ସହ ଯୋଗଯୋଗ କରିଥିଲେ ସୁଦ୍ଧା କିଛି ଉତ୍ତର ମିଳିପାରି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.