ଆଜି ପବିତ୍ର ଅଶୋକାଷ୍ଟମୀ: ରଥରେ ବସି ମାଉସୀ ଘରକୁ ଯିବେ ପ୍ରଭୁ ଶ୍ରୀଲିଙ୍ଗରାଜ

ଏକାମ୍ର କ୍ଷେତ୍ର ପୁରୁଣା ଭୁବନେଶ୍ୱର ରଥଦାଣ୍ଡରେ ଗଡ଼ିବ ରୁକୁଣାରଥ। ସାଢ଼େ ୩ଟାରେ ରଥ ଟଣା ଆରମ୍ଭ ହେବ । ବର୍ଷକୁ ଥରେ ଭକ୍ତଙ୍କୁ ଦର୍ଶନ ଦେବାକୁ ଲିଙ୍ଗରାଜ ମନ୍ଦିରରୁ ମାଉସୀ ମା' ମନ୍ଦିରକୁ ଆସୁଛନ୍ତି ମହାପ୍ରଭୁ ।

ଭୁବନେଶ୍ୱର(କେନ୍ୟୁଜ) : ଆଜି ପବିତ୍ର ଅଶୋକାଷ୍ଟମୀ । ମହାପ୍ରଭୁଙ୍କ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ରୁକୁଣା ରଥରେ ବିଜେ ହୋଇ ମାଉସୀ ଘର ଯିବେ ଶ୍ରୀଲିଙ୍ଗରାଜ, ଦୋଳଗୋବିନ୍ଦ ଓ ଉଭଣୀ ରୁକ୍ମିଣୀ । ଏକାମ୍ର କ୍ଷେତ୍ର ପୁରୁଣା ଭୁବନେଶ୍ୱର ରଥଦାଣ୍ଡରେ ଗଡ଼ିବ ରୁକୁଣାରଥ। ମଧ୍ୟରାତ୍ରିରେ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା ହୋଇଛି । ବିଧି ଅନୁସାରେ ମରୀଚିକୁଣ୍ଡର ପ୍ରଥମ କଳସ ପାଣିରେ ରଥ ପ୍ରତିଷ୍ଠା ପର୍ବ ହୋଇଥିଲା ।

ସକାଳ ୫ଟାରୁ ବିଭିନ୍ନ ନୀତିକାନ୍ତି ପରେ ପ୍ରଭୁ ଲିଙ୍ଗରାଜଙ୍କ ସାହାଣ ମେଲା ଦର୍ଶନ ହୋଇଛି । ୧୦ଟା ୪୫ରୁ ସୂର୍ଯ୍ୟ ପୂଜା ଆରମ୍ଭ ହେବ । ସାଢ଼େ ୧୨ଟାରୁ ଆରମ୍ଭ ହେବ ପହଣ୍ଡି । ଗୋଟାଏ ୩୦ରୁ ୩ଟା ୩୦ ମଧ୍ୟରେ ରଥ ଉପରେ ଅନ୍ୟାନ୍ୟ ପୂଜା ବିଧି ଚାଲିବ । ସାଢ଼େ ୩ଟାରେ ରଥ ଟଣା ଆରମ୍ଭ ହେବ । ବର୍ଷକୁ ଥରେ ଭକ୍ତଙ୍କୁ ଦର୍ଶନ ଦେବାକୁ ଲିଙ୍ଗରାଜ ମନ୍ଦିରରୁ ମାଉସୀ ମା’ ମନ୍ଦିରକୁ ଆସୁଛନ୍ତି ମହାପ୍ରଭୁ । ରୁକୁଣା ରଥଯାତ୍ରା ଦେଖିବାକୁ ରଥଦାଣ୍ଡରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହେବେ । ଚଳିତବର୍ଷ ପ୍ରଥମ ଥର ପାଇଁ ରଥଯାତ୍ରା ସମୟରେ ଗୋଟି ପୁଅ, ଓଡ଼ିଶୀ, ଯୋଡ଼ି ଶଙ୍ଖ, ପଶୁମୁଖା ଆଦି ପାରମ୍ପରିକ ବାଦ୍ୟରେ କମ୍ପିବ ପରିବେଶ । BMC ପକ୍ଷରୁ ପରିମଳ ଓ ମନ୍ଦିର ପ୍ରଶସନ ପକ୍ଷରୁ ଭକ୍ତ ମାନେ କିପରି ସୁରୁଖୁୁରୁରେ ଦର୍ଶନ କରିବେ ସମସ୍ତ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ପାଇଁ ୧୨ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.