ନୂଆବର୍ଷରେ ନୂଆ ଅନ୍ଦାଜରେ ସାଂସଦ ପ୍ରମିଳା ବିଶୋୟୀ, ର‍୍ୟାମ୍ପରେ ଦେଖାଇଲେ ଜଲୱା

କେନ୍ୟୁଜ୍(ବ୍ୟୁରୋ):  ଆଧୁନିକ ଗୀତ, ସଂଗୀତ। ତାଳେ ତାଳେ ଝୁମୁଛନ୍ତି ସାଂସଦ ପ୍ରମୀଳା ବିଷୋୟୀ।ସ୍ଥାନ ଆସିକା ଟାଉନ୍‌ ହଲ୍‌। ଅବସର ଜିରୋ ନାଇଟ୍‌ ସେଲିବ୍ରେସନ। ଉପସ୍ଥିତ ଥିଲେ ପ୍ରମୀଳା ବିଷୋୟୀ। ଭିନ୍ନ ରୂପରେ ଦେଖିଥିଲେ ଲୋକେ। ବୟସ ୭୪ ବର୍ଷ। ଏ ବୟସରେ ତାଙ୍କ ଏନର୍ଜୀରେ ସମସ୍ତେ ଉତ୍ସାହିତ ହୋଇ ପଡିଲେ। ପଲ୍ଲୀ ରାସ୍ତାରେ ଚାଲିଚାଲି ଦିଲ୍ଲୀ ଯାଏ ପହଞ୍ଚିଛନ୍ତି ପ୍ରମୀଳା। ଲୋକେ ପୁଣି ଦେଖିଲେ, ସେ ର‍୍ୟାମ୍ପରେ ବି ଚାଲି ପାରନ୍ତି। ଗାଁ ସଂସ୍କୃତି ଓ ମହିଳା ସଶକ୍ତୀକରଣ ଉଦାହରଣ ପ୍ରମୀଳା ବିଷୋୟୀ। ଏଠାରେ ପ୍ରମୀଳା ନିଜ ଶୈଳୀରେ ଗୀତ ବି ଗାଇଥିଲେ ପ୍ରମୀଳାଙ୍କ ଜଲୱା ଦେଖିବେ ସମସ୍ତେ ଉତ୍ସାହିତ ହୋଇ ପଡିଲେ। ମଞ୍ଚ ତଳେ ବସିଥିବା ଅତିଥି ଷ୍ଟେଜ୍‌କୁ ଉଠି ପ୍ରମୀଳାଙ୍କ ସହ ନାଚିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.