ଆସୁଛି ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା: ସରିଲା ପତରପେଣ୍ଡି, ଆଜି ଦେବ ନିମନ୍ତ୍ରଣ

ସମ୍ବଲପୁର(କେନ୍ୟୁଜ୍‌): ପାଖେଇ ଆସୁଛି ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା । ସରିଲା ପତରପେଣ୍ଡି, ଆଜି ଦେବ ନିମନ୍ତ୍ରଣ। ସମ୍ବଲପୁର ନନ୍ଦପଡ଼ାର ବମବରାଡ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡି ବା ନିର୍ବନ୍ଧ ଉତ୍ସବ ଗତକାଲି ରାତିରେ ସମ୍ପନ୍ନ ହୋଇଛି। ଦେବ ଦେବ ମହାଦେବଙ୍କ ମନ୍ଦିରରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ବରପିତା ଓ ସପ୍ତଋଷି ବାହାରିଥିଲେ ମହାଦେବଙ୍କ ପାଇଁ କନ୍ୟା ଅନେ୍ଵଷଣରେ।

ଏକ ଭବ୍ୟ ପଟୁଆରରେ ଘଣ୍ଟ, ଶଙ୍ଖ ଓ ଦୁଲଦୁଲି ବାଦ୍ୟର ତାଳେ ତାଳେ ବାହାରିଥିଲା ମହାଦେବଙ୍କ ପଟୁଆର। ଏହାପରେ କନ୍ୟା ଘରେ ପହଞ୍ଚିଥିଲେ ବରପକ୍ଷ। କନ୍ୟାପକ୍ଷ ରାଜି ହେଲା ପରେ ଶେଷ ହୋଇଛି ପତରପେଣ୍ଡି। ଆଜି ଦେବ ନିମନ୍ତ୍ରଣ। ଆଜି ସକାଳୁ କନ୍ୟା ପକ୍ଷ ନନ୍ଦପଡ଼ା ଶିବାଳୟରେ ପହଞ୍ଚି ମାତା ପାର୍ବତୀଙ୍କୁ ଘରକୁ ନେଇଛନ୍ତି। ମାଆ ଘରେ ପହଞ୍ଚିବା ପରେ ଖୁସିର ମାହୋଲ ଖେଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.