ଆଜି ବିଶ୍ୱ ବନ୍ୟଜୀବ ଦିବସ: ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ବାରା ପୁରୀ ବେଳାଭୂମିରେ ରଙ୍ଗୀନ୍ ବାଲୁକାକଳା
ପୁରୀ : ବିଶ୍ୱ ବନ୍ୟଜୀବ ଦିବସ ଅବସରରେ ବାଲୁକାକଳା। ପୁରୀ ବେଳାଭୂମିରେ ଏହି ରଙ୍ଗୀନ୍ ବାଲୁକାକଳା ନିର୍ମାଣ କରିଛନ୍ତି ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ବନ୍ୟଜନ୍ତୁ ମାନଙ୍କ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ସୁଦର୍ଶନ ପଟ୍ଟନାୟକ ଏହି ପ୍ରୟାସ କରିଛନ୍ତି।
ସେମାନଙ୍କ ସୁରକ୍ଷା ଆମର ଦାୟିତ୍ୱ , ସେମାନଙ୍କୁ ଭଲପାଇବା ଓ ଆଦର କରିବା ଆମ କର୍ତ୍ତବ୍ୟ ବୋଲି ଏହି ବାଲୁକକଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି।