କଟକ ଲୋକସଭା ଆସନରୁ BJD ପ୍ରାର୍ଥୀ ଭାବେ ଲଢ଼ିବେ ସଂତୃପ୍ତ ମିଶ୍ର, ଚଣ୍ଡିମନ୍ଦିରରୁ ଆଶୀର୍ବାଦ ନେଇ ଆରମ୍ଭ କଲେ ଅଭିଯାନ

କଟକ ଲୋକସଭା ଆସନରୁ BJD ପ୍ରାର୍ଥୀ ଭାବେ ଲଢ଼ିବେ ସଂତୃପ୍ତ ମିଶ୍ର । ନାଁ ଘୋଷଣା ପରେ ଏହା ମୋ ପାଇଁ ନୂଆ ଯାତ୍ରା ବୋଲି ସଂତୃପ୍ତ କହିଛନ୍ତି । ଚଣ୍ଡି ମନ୍ଦିରରୁ ଆଶୀର୍ବାଦ ନେଇ ଆରମ୍ଭ କରିଛନ୍ତି ଅଭିଯାନ । ପିଲାବେଳରୁ ସବୁ କାର୍ଯ୍ୟ ପାଇଁ ମା’ କଟକ ଚଣ୍ଡୀଙ୍କ ଆଶୀର୍ବାଦ ନେଇଛି । ମୁଁ ପୁଣି ମୋ କ୍ଷେତ୍ରକୁ ଫେରିଆସିଛି ।

କଟକ (କେନ୍ୟୁଜ): ତାଲିକା ଘୋଷଣା ପରେ ବିଜେଡି ପ୍ରାର୍ଥୀଙ୍କ ସଜବାଜ । ୭୨ ବିଧାୟକ ଓ ୧୫ ସାଂସଦ ପ୍ରାର୍ଥୀ ସଜବାଜ ଆରମ୍ଭ କରି ଦେଇଛନ୍ତି। କଟକ ଲୋକସଭା ଆସନରୁ BJD ପ୍ରାର୍ଥୀ ଭାବେ ଲଢ଼ିବେ ସଂତୃପ୍ତ ମିଶ୍ର । ନାଁ ଘୋଷଣା ପରେ ଏହା ମୋ ପାଇଁ ନୂଆ ଯାତ୍ରା ବୋଲି ସଂତୃପ୍ତ କହିଛନ୍ତି । ଚଣ୍ଡି ମନ୍ଦିରରୁ ଆଶୀର୍ବାଦ ନେଇ ଆରମ୍ଭ କରିଛନ୍ତି ଅଭିଯାନ । ପିଲାବେଳରୁ ସବୁ କାର୍ଯ୍ୟ ପାଇଁ ମା’ କଟକ ଚଣ୍ଡୀଙ୍କ ଆଶୀର୍ବାଦ ନେଇଛି । ମୁଁ ପୁଣି ମୋ କ୍ଷେତ୍ରକୁ ଫେରିଆସିଛି ।

ଏବେ ଏଠାରେ ଏକ ନୂଆ କର୍ମକ୍ଷେତ୍ର ପ୍ରସ୍ତୁତ କରିବି ବୋଲି କହିଛନ୍ତି ସଂତୃପ୍ତ ମିଶ୍ର । ଟିକେଟ ପାଇବା ପରେ ପ୍ରଥମ ଥର ପାଇଁ କଟକ ଯାଇ ବିଜେଡିର ସାଂଗଠନିକ ପଦାଧିକାରୀ ଓ କର୍ମୀଙ୍କୁ ଭେଟି ଆଲୋଚନା କରିଛନ୍ତି । କଟକରେ ସ୍କୁଲ ଜୀବନ ଓ କଲେଜ ଜୀବନ କାଟିଥିଲେ ସଂତୃପ୍ତ । ଏବେ ଏହାକୁ କର୍ମକ୍ଷେତ୍ର କରିବେ । କଟକରେ ୨୪ ବର୍ଷ ପରେ ନୂଆ ମୁହଁ ଦେଇଛି ବିଜେଡି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.