ବିଜେଡି ଟିକେଟ ପାଇବା ପରେ ପୁରୀ ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ମନ୍ମଥ ରାଉତରାୟ ଓ ପ୍ରଣବ ପ୍ରକାଶ ଦାସ

ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ବାହାରିବା ପରେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓ ମନ୍ମଥ ରାଉତରାୟ। ଆଜି ସକାଳୁ ପ୍ରଣବ ପୁରୀ ଆସି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଆଶିଷ ଲାଭ କରିଛନ୍ତି ।

(କେନ୍ୟୁଜ): ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ବାହାରିବା ପରେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓ ମନ୍ମଥ ରାଉତରାୟ। ଆଜି ସକାଳୁ ପ୍ରଣବ ପୁରୀ ଆସି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଆଶିଷ ଲାଭ କରିଛନ୍ତି । ପୁରୀ ବିଧାନସଭା ଆସନରୁ ବିଜେଡି ପକ୍ଷରୁ ସୁନୀଲ ମହାନ୍ତିଙ୍କ ନାଁ ଘୋଷଣା ପରେ ସୁନୀଲ ମଧ୍ୟ ପ୍ରଣବଙ୍କ ସହ ଶ୍ରୀମନ୍ଦିର ଯାଇଥିଲେ । ସେହିପରି ରାଜ୍ୟସଭା ସାଂସଦ ସୁବାଶିଷ ଖୁଣ୍ଟିଆଙ୍କ ସମେତ ଅନ୍ୟ ସ୍ଥାନୀୟ ନେତା ଉପସ୍ଥିତ ରହି ପ୍ରଣବଙ୍କୁ ସ୍ୱାଗତ କରିବା ସହ ତାଙ୍କ ବିଜୟ କାମନା କରିଥିଲେ ।

ସେହିପରି ଭୁବନେଶ୍ବର ଲୋକସଭା ଆସନରୁ ଟିକେଟ ପାଇବା ପରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ମନ୍ମଥ ରାଉତରାୟ। ମହାପ୍ରଭୁଙ୍କ ଆଶୀର୍ବାଦ ଓ ଦଳର ସହଯୋଗରେ ନିର୍ବାଚନ ଜିତିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ମନ୍ମଥ। ଦଳ ତାଙ୍କୁ ଭରସା କରିଥିବାରୁ ସେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.