ନିଆରା ଢ଼ଙ୍ଗରେ ସରସ୍ଵତୀ ପୂଜା ପାଳିଲେ ରେଙ୍ଗାଳି ପ୍ରକଳ୍ପ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ
![saraswati puja](https://knewsodisha.com/wp-content/uploads/2023/01/saraswati-puja.jpg)
କଣିଁହା (କେନ୍ୟୁଜ୍): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ଯ ଆମେ ବସନ୍ତ ପଞ୍ଚମୀ ଖୁବ୍ ଧୁମଧାମରେ ପାଳନ କରିଥିଲେ। ଏହିଦିନ ଜ୍ଞାନର ଦେବୀ ମାଆ ସରସ୍ୱତୀଙ୍କ ପୂଜା କରାଯାଏ। ଚଳିତ ଥର ମାଆଙ୍କ ପୂଜାରେ ଏକ ଅତ୍ୟନ୍ତ ଶୁଭଯୋଗ ପଡିଥିଲା। ଏହି ଯୋଗରେ ରାଜ ପଞ୍ଚକ ଯୋଗ ବନିଥିଲା। ତେବେ ବିଶ୍ବାସ ରହିଛି ମାତା ସରସ୍ୱତୀଙ୍କୁ ପୂଜା କଲେ ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଘରେ, ଅଫିସରେ ବିଶେଷ କରି ବିଦ୍ଯାଳୟମାନଙ୍କରେ ମାଙ୍କ ପୂଜା ଖୁବ୍ ଜାକଜମକରେ ଏବଂ ନିଷ୍ଠାର ସହିତ ପାଳନ ହୋଇଥାଏ।
ଚଳିତ ବର୍ଷ ଅନୁଗୁଳ ଜିଲ୍ଲା କଣିଁହା ବ୍ଲକ ଅନ୍ତର୍ଗତ ରେଙ୍ଗାଳି ପ୍ରକଳ୍ପ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ବୁଦ୍ଧି, ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା’ ସରସ୍ୱତୀଙ୍କ ପୂଜା ଆୟୋଜିତ ହୋଇଥିଲା । ହେଲେ ଏକ ଭିନ୍ନ ଢ଼ଙ୍ଗର । ମା’ ବାଗ୍ଦେବୀଙ୍କ ଏହି ପୂଜାକୁ ଦେଖି ଆପଣ ବି ଖୁସି ହୋଇଯିବେ। ସବୁ ବିଦ୍ୟାଳୟରେ ମୂର୍ତ୍ତି ପୂଜା କରାଯାଏ ସତ ହେଲେ ଏହି ବିଦ୍ଯାଳୟରେ ଯେଉଁ ପୂଜା ହୋଇଛି ତାହା ଟିକେ ନିଆରା। ବିଦ୍ଯାଳୟରେ ଏକ ବଡ ସରସ୍ୱତୀଙ୍କ ପ୍ରତିମା ପୂଜା ପାଉଥିବାବେଳେ ଏପଟେ ଛାତ୍ରଛାତ୍ରୀମାନେ ମଧ୍ଯ ନିଜେ ନିଜର ମୂର୍ତ୍ତି ଧରି ପୂଜାର୍ଚ୍ଚନା କରିଥିଲେ। ନିଜ ନିଜର ମୂର୍ତି ଧରି ମା’ ସରସ୍ଵତୀ ଦେବୀଙ୍କୁ ଆବାହନ କରିଥିଲେ। ନିଜେ ନିଜେ ଶଙ୍ଖ ବଜାଇ ଦିପ ଧୂପ ଦେଇ ମାଙ୍କ ପୂଜାର୍ଚ୍ଚନା କରିଥିଲେ।
ତେବେ ପବିତ୍ର ଶ୍ରୀପଞ୍ଚମୀ ବା ବସନ୍ତ ପଞ୍ଚମୀ ପର୍ବ ମାଘ ମାସରର ଶୁକ୍ଳପକ୍ଷର ପଞ୍ଚମୀ ତିଥିରେ ପାଳନ କରାଯାଇଥାଏ। ବୁଦ୍ଧି, ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା’ ସରସ୍ୱତୀଙ୍କ ପୂଜାର ଦିନ। ପୌରାଣିକ ମାନ୍ୟତା ଅନୁସାରେ, ବସନ୍ତ ପଞ୍ଚମୀ ଦିନ ମା’ ସରସ୍ୱତୀଙ୍କ ସର୍ଜନା ହୋଇଥିଲା। ମଙ୍ଗଳକାରିଣୀ ଦେବୀ ଭାବେ ପୂଜିତା ମା’ ବିଦ୍ୟାଦାୟିନୀଙ୍କୁ ସମସ୍ତେ ପୂଜା କରିଥିବାବେଳେ, ଛାତ୍ରଛାତ୍ରୀମାନଙ୍କର ପୂଜାର୍ଚ୍ଚନା ପ୍ରତି ମନ ବଳାଇବା ଥିଲା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଏକ ସୁନ୍ଦର ପ୍ରୟାସ । ଯାହାକୁ ସଭିଏଁ ପ୍ରଶଂସା କରିଛନ୍ତି।