ବିନା ନିର୍ବାଚନରେ ଏହି ପଞ୍ଚାୟତରେ ଚୟନ ହେଲେ ଉଭୟ ସରପଞ୍ଚ ଓ ସମିତିସଭ୍ଯ, ଆପୋଷ ବୁଝାମଣାରେ ନେଲେ ନିଷ୍ପତ୍ତି

ଭଞ୍ଜନଗର(କେନ୍ଯୁଜ୍): ପଞ୍ଚାୟତ ନିର୍ବାଚନକୁ ନେଇ ସବୁ ଗାଁ ରେ ଏବେ ଚର୍ଚ୍ଚା । ପ୍ରଚାର ସାଙ୍ଗକୁ , ଚଳଚଞ୍ଚଳ ହେଉଛନ୍ତି ପ୍ରାର୍ଥୀ । ଘରକୁ ଘର ବୁଲି ନିଜ ସପକ୍ଷରେ ଭୋଟରଙ୍କୁ ମନାଇବାରେ ବ୍ଯସ୍ତ? କିଏ , ଲୋକଙ୍କ କଥାକୁ ବୁଝିପାରିବ ! କାହାର ନେତୃତ୍ବ ,ପଞ୍ଚାୟତ ପାଇଁ ହେବ ଉପଯୁକ୍ତ? ତାକୁ ନେଇ ବିଜୟ-ମୁକୁଟ ସଜାଡୁଛନ୍ତି ଭୋଟର । ଏସବୁ ନିର୍ବାଚନୀ କୋଳାହଳ ଭିତରେ ଗଂଜାମ ଜିଲ୍ଲା ଆସିକା ବ୍ଳକ୍‌ ର ଖାରିଆ ପଞ୍ଚାୟତରେ ଦେଖିବାକୁ କିଛି ଭିନ୍ନ ପରିବେଶ । ନିର୍ବାଚନ ପାଇଁ ଏଠି ନୀରବତା ।

ଖାଁ ଖାଁ ଗାଁ-ଦାଣ୍ଡ । ପ୍ରଚାର ନାହିଁ , କି’ ଗାଁ ରେ ବୁଲୁନାହାନ୍ତି ପଞ୍ଚାୟତ ପ୍ରାର୍ଥୀ । ଘରର କାନ୍ଥ କିମ୍ବା ରାସ୍ତା-କଡରେ ଲାଗିନି , ନେତାଙ୍କ ପୋଷ୍ଟର । ସମୁଦାୟ ପଞ୍ଚାୟତରେ ଏବେ ନିର୍ବାଚନୀ-ନୀରବତା ।  ଚଳିତବର୍ଷ ଏହି ପଞ୍ଚାୟତରେ ନିର୍ବାଚନ ହେଉନାହିଁ । କାରଣ ପଞ୍ଚାୟତର ଲୋକେ ଆପୋଷ ବୁଝାମଣାରେ ଏକକ ପ୍ରାର୍ଥୀ ଚୟନ କରିଛନ୍ତି । ଜଣେ ସରପଞ୍ଚ ଓ ଆଉ ଜଣେ ସମିତିସଭ୍ଯ । ନାମାଙ୍କନ ପତ୍ର ଯାଞ୍ଚ ପରେ କୈାଣସି ପ୍ରତିଦ୍ଵନ୍ଦୀ ପ୍ରାର୍ଥୀ ନଥିବାରୁ , ଉଭୟେ ର୍ନିଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଛନ୍ତି । କେବଳ ସରକାରୀ ଘୋଷଣାକୁ ଅପେକ୍ଷା ।

ଜଣେ ସରପଞ୍ଚ ପ୍ରାର୍ଥନୀ ଜୟନ୍ତୀ ସାହୁ ଏବଂ ଅନ୍ଯ ଜଣେ ସମିତିସଭ୍ଯ ପ୍ରାର୍ଥନୀ ସୈାଦାମିନୀ ନାହାକ । ଉଭୟେ ଶିକ୍ଷିତ । ପ୍ରଥମ କରି ରାଜନୀତିରେ ପ୍ରବେଶ କରିଛନ୍ତି । କୌଣସି ପ୍ରତିଦ୍ଵନ୍ଦୀ ପ୍ରାର୍ଥୀ ନଥିବାରୁ ଉଭୟେ ର୍ନିଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଛନ୍ତି । ଖାରିଆ , ଘଟକୁରୀ ,ହୁମୁକି , କୋଟିନଡା , ସାହାପୁର , ଢୁଙ୍କୁଣୀ ଓ ସନ୍ଧିନୂଆଁପଲୀ ଗାଁ ର ୧୯ ଟି ଓ୍ଵାର୍ଡକୁ ନେଇ ଖାରିଆ ପଞ୍ଚାୟତ । ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ଯ ହୋଇଛି ଏବଂ ଆହୁରି କିଛି ସମସ୍ଯା ଓ ଆବଶ୍ଯକତା ମଧ୍ୟ ରହିଛି । ଏଣୁ ଉଭୟଙ୍କ ଉପରେ ପଞ୍ଚାୟତବାସୀ ବିଶ୍ଵାସ ରଖି ଅପ୍ରତିଦ୍ବ ନ୍ଦୀ କରାଇଥିବାରୁ , ଆସନ୍ତା ଦିନରେ ଦାୟିତ୍ବ ଭାର ଗ୍ରହଣ କରିବା ପରେ ,ଏସବୁ ପ୍ରତି ଗୁରୁତ୍ବ ଦେବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଉଭୟ ପ୍ରାର୍ଥୀନୀ ।

ସାମ୍ବିଧାନିକ ବ୍ଯବସ୍ଥା ଅନୁସାରେ ନିର୍ବାଚନ ପ୍ରତି ପଞ୍ଚାୟତବାସୀଙ୍କ ଯଥେଷ୍ଟ ସମ୍ମାନ ରହିଥିବା କୁହାଯାଇଛି । ତଥାପି ନିର୍ବାଚନ ଅପେକ୍ଷା ମନୋନୟନକୁ ଗୁରୁତ୍ବ ଦେଇଛନ୍ତି ଲୋକେ । ଏହାଦ୍ଵାରା ସାମ୍ପ୍ରତିକ ସମୟରେ , ନିର୍ବାଚନକୁ ନେଇ ଦେଖାଦେଉଥିବା କିଛି ନକରାତ୍ମକ ଚିନ୍ତାଧାରା ଠାରୁ ବହୁ ଦୂରରେ ରହିବେ ଜନସାଧାରଣ । ଲୋକଙ୍କ ଭିତରେ ବଢିବ , ଭାଇଚାରା ମନୋଭାବ । ଫଳରେ ,ଏକ ଆଦର୍ଶ ପଞ୍ଚାୟତ ଗଢିବାରେ ସହଜ ହେବବୋଲି , ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.