ଭୁବନେଶ୍ୱରରେ ଏକ ସ୍କୁଲ ବସ୍‌କୁ ୨ଲକ୍ଷ ୩୩ ହଜାର ୨୩୪ ଟଙ୍କା ଜରିମାନା

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱରରେ ଏକ ସ୍କୁଲ ବସ୍‌କୁ ୨ଲକ୍ଷ ୩୩ ହଜାର ୨୩୪ ଟଙ୍କା ଜରିମାନା। ଫିଟନେସ୍‌ ଓ ପରମିଟ୍‌ ନଥିବାରୁ ଜରିମାନା ଲଗାଇଛି ଆଞ୍ଚଳିକ ପରିବହନ ବିଭାଗ । ସକାଳୁ ବସ୍‌ଟି ପିଲାଙ୍କୁ ନେଇ ସ୍କୁଲ ଯାଉଥିବା ବେଳେ ଡମଣା ଛକରେ ଚେକିଂରେ ଧରାପଡ଼ିଥିଲା । ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ବସ କିମ୍ବା ଛୋଟ ଗାଡିର ଚାଲିଛି କଡାକଡି ଯାଞ୍ଚ କରାଯାଇଛି ।

୨୦ରୁ ୨୭ ତାରିଖ ଯାଏଁ ଚାଲିବ ଏହି ସ୍ୱତନ୍ତ୍ର ଡ୍ରାଇଭ୍‌। ସପ୍ତାହେ ବ୍ୟାପୀ ଯାଞ୍ଚ ପରେ ୨୮ ତାରିଖରେ ରିପୋର୍ଟ ଦେବାକୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ ପିଲାଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଏଭଳି ନିଷ୍ପତ୍ତି ନିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.