ମଝି ରାସ୍ତାରେ ଜଳିଗଲା ସ୍କର୍ପିଓ, ଅଳ୍ପକେ ବର୍ତିଲେ ୮ ଯାତ୍ରୀ

ବୌଦ୍ଧ(କେନ୍ୟୁଜ୍): ମଝି ରାସ୍ତାରେ ଜଳିଗଲା ସ୍କର୍ପିଓ । ବୌଦ୍ଧ ବାଇପାସ୍‌ ରାସ୍ତାରେ ଧୁ ଧୂ ହୋଇ ଜଳିଲା ସ୍କର୍ପିଓ । ଅଳ୍ପକେ ବର୍ତିଲେ ୮ ଯାତ୍ରୀ । ସର୍ଟ ସର୍କିଟ ଯୋଗୁଁ ନିଆ ଲାଗିଥିବା ସୂଚନା ମିଳିଛି। ମୁନିଗୁଡାରୁ ନାଗପୁର ଅଭିମୁଖେ ଯାଉଥିଲେ ୮ ଜଣ ଯାତ୍ରୀ । ୫ ଜଣ ମହିଳା ଏବଂ ୩ ଜଣ ପୁରୁଷ ଥିଲେ। ଦମକଳ ବାହିନୀର ନିଆଁ ଲିଭା କାର୍ଯ୍ୟ ଜାରି।

ସୂଚନା ଅନୁଯାୟୀ ନାଗପୁର ଅଞ୍ଚଳର ୮ ଜଣ ବାସିନ୍ଦା ଏକ ସ୍କର୍ପିଓ ଗାଡ଼ି ଯୋଗେ କୋରାପୁଟ ଜିଲ୍ଲା ମୁନିଗୁଡା ଅଞ୍ଚଳରୁ କୌଣସି ଏକ କାର୍ଯ୍ଯକ୍ରମ ରେ ଯୋଗଦେଇ ଫେରୁଥିବା ବେଳେ ବୌଦ୍ଧ ସହର ବାଇପାସ୍‌ ଠାରେ ଅଚାନକ ଗାଡ଼ି ରେ ନିଆ ଗନ୍ଧ ହେଉଥିବା ଜାଣିବାକୁ ପାଇଥିଲେ । ତେବେ ସଙ୍ଗେ ସଙ୍ଗେ ଗାଡ଼ିଟି କୁ ମଝି ରାସ୍ତା ରେ ଅଟକାଇ ସମସ୍ତ ଯାତ୍ରୀ କୌଶଳ କ୍ରମେ ଓହ୍ଲାଇ ଯାଇଥିଲେ। ତେବେ ଏକ ବଡ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ନାଗପୁର ଅଞ୍ଚଳର ୮ ଜଣ ଯାତ୍ରୀ।

ତେବେ ତାଙ୍କ ଗାଡି ରେ ଥିବା ସମସ୍ତ ଆସବାବପତ୍ର ସମ୍ପୂର୍ଣ ପୋଡ଼ି ଯାଇଥିବା ବେଳେ ଗାଡ଼ି ରେ ଥିବା ସମସ୍ତ ଜିନିଷ ପୋଡ଼ି ଯାଇଛି । ତେବେ ଘଟଣା ସ୍ଥଳରେ ବୌଦ୍ଧ ଦମକଳ ବାହିନୀ ପହଞ୍ଚି ସଙ୍ଗେ ସଙ୍ଗେ ନିଆ କୁ ଆୟତ କରିବା ସହିତ ଯାତ୍ରୀ ଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ତେବେ ଏକ ବଡ ଅଘଟଣ ରୁ ବର୍ତ୍ତି ଯାଇଛନ୍ତି ସମଗ୍ର ଯାତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.