ନବରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି ଆକାଉଣ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ରେଡ୍

ନବରଙ୍ଗପୁର : ଆକାଉଣ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ରେଡ୍‌ । ନବରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି ଆକାଉଣ୍ଟାଣ୍ଟଙ୍କ ଅଶୋକ ନନ୍ଦଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ହୋଇଛି ।

ଏକକାଳୀନ ୩ଟି ଜାଗାରେ ରେଡ୍‌ ଚାଲିଛି । ନିଜ ବାସଭବନ ସମେତ, ପୈତୃକ ଘର, ଭାଟିଶାଳଗୁଡା ଥିବା ଘରେ ପହଂଚିଛି ଭିଜିଲାନ୍ସ ଟିମ୍‌ । ଚଢାଉ ପରେ ସମସ୍ତ ତଥ୍ୟ ଦିଆଯିବ ବୋଲି କହିଛନ୍ତି ଭିଜିଲାନ୍ସି ଡିଏସ୍‌ପି ସୁରେନ୍ଦ୍ର ନାଥ ପାଣିଗ୍ରାହୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.