IPL 2020: ଆଜି ପରସ୍ପରକୁ ଭେଟିବେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ, ମ୍ୟାଚରେ ଋଷଭଙ୍କ ଅଭାବ ଦିଲ୍ଲୀ ପାଇଁ ପଡିପାରେ ମହଙ୍ଗା

ଆଜି ଆଇପିଏଲ୍‌ର ୩୦ ତମ ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ। ଆଜି ସନ୍ଧ୍ୟା ୭.୩୦ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିଅମରେ ପରସ୍ପରକୁ ଭେଟିବେ ଏହି ଦୁଇଟି ଦଳ। ଏବେ ନିଜ ନିଜ ଦଳକୁ ପଏଣ୍ଟ ତାଲିକାରେ ଶୀର୍ଷରେ ରଖିବା ପାଇଁ ସମସ୍ତେ ଆପ୍ରାଣ ଉଦ୍ୟମ କରିବେ।

ଗତ କିଛି ଦିନ ପୂର୍ବରୁ ଦିଲ୍ଲୀକୁ ବଡ ଝଟ୍‌କା ଦେଇଥିଲେ ରିଷଭପନ୍ତ। ଆହତ କାରଣରୁ କିଛି ମ୍ୟାଚରୁ ବାଦ୍‌ ପଡିଛନ୍ତି। ଏଥିପାଇଁ ତାଙ୍କୁ ଡାକ୍ତର ବିଶ୍ରାମ ନେବାକୁ କହିଛନ୍ତି। ଏପରି ସ୍ଥଳେ ଦିଲ୍ଲୀ ମ୍ୟାଚ ଜିତିବା ବେଶ କଷ୍ଟକର ହୋଇପାରେ। ଦିଲ୍ଲୀ ଏବେ ପଏଣ୍ଟ ଟେବୁଲ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି। ତେଣୁ ସେମିଫାଇନାଲରେ ଖେଳିବାର ସମ୍ଭାବନା ମଧ୍ୟ ଅଧିକ ରହିଛି।

ipl

ସମ୍ଭାବ୍ୟ ରାଜସ୍ଥାନ ରୟାଲ୍ସ: ଜୋସ୍ ବଟଲର, ଷ୍ଟିଭେନ୍ ସ୍ମିଥ୍ (ଅଧିନାୟକ), ସଞ୍ଜୁ ସାମସନ୍, ରବିନ୍ ଉଥପ୍ପା, ରିୟାନ୍ ପରାଗ/ମନନ ଭୋରା, ରାହୁଲ ତେୱାତିଆ, ଶ୍ରେୟାସ ଗୋପାଲ, ଟମ୍ କୁରାନ, ଜୋଫ୍ରା ଆର୍ଚର, ଜୟଦେବ ଉନାକାତ୍, ଅଙ୍କିତ୍ ରାଜପୁତ୍।

ସମ୍ଭାବ୍ୟ ଦିଲ୍ଲୀ କ୍ୟାପିଟାଲ୍ସ: ଶିଖର ଧଓ୍ଵନ୍, ପୃଥ୍ଵୀ ଶ, ଶ୍ରେୟସ ଅୟର, ଶିମରୋନ୍ ହେଟମେୟର, ଏନରିଚ୍ ନୋତର୍ଜୋ, କାଗିସୋ ରବାଡ଼ା, ଅମିତ ମିଶ୍ର ଓ ରବିଚନ୍ଦ୍ରନ ଅଶ୍ୱିନ, ମାର୍କସ ଷ୍ଟୋଇନିସ୍, ହର୍ଷଲ ପଟେଲ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.