ଝାରସୁଗୁଡା: ଲଇକେରା ବ୍ଲକର ୩ଟି ବିଦ୍ୟାଳୟରୁ ୧୯ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ

ଝାରସୁଗୁଡା : ସ୍କୁଲ ପିଲାଙ୍କ ଖୁସିକୁ ଫିକା କରିଦେଲା କରୋନା । ବିଦ୍ୟାଳୟ ଖୋଲିବାର ପାଞ୍ଚ ଦିନ ପରେ ଆସିଛି ଅଭାବନୀୟ ଖବର । ବିଦ୍ୟାଳୟ ଖୋଲିବାର ୫ ଦିନରେ ୧୯ ଜଣ ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆଉ ଏଭଳି ଏକ ଖବର ଆସିଛି ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକର ୩ଟି ବିଦ୍ୟାଳୟରୁ ।

ମିଳିଥିବା ସୂଚନା ଅନୁଯାୟୀ, ଗତ ୧୦ ତାରିଖ ଦିନ ସାଲହେଟିକ୍ରା ହାଇସ୍କୁଲରୁ ୨ ଜଣ ଛାତ୍ରଛାତ୍ରୀ, ୧୧ ତାରିଖରେ ସାହାସପୁର ହାଇସ୍କୁଲରୁ ୯ ଜଣ ଛାତ୍ରଛାତ୍ରୀ ଚିହ୍ନଟ ହୋଇଥିବା ବେଳେ ୧୩ ତାରିଖରେ ହେମସାଗର ଉଚ୍ଚ ବିଦ୍ୟାଳୟ ପାକେଲଖୋଲ ବିଦ୍ୟାଳୟରୁ ୮ ଜଣ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ସମୁଦାୟ ୧୯ ଜଣ ଛାତ୍ରଛାତ୍ରୀଙ୍କ ରିପୋର୍ଟ ପଜିଟିଭ ଆସିଛି । ଯେଉଁ ଛାତ୍ରଛାତ୍ରୀ ମାନେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି, ସେମାନଙ୍କୁ ଘରୋଇ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.