Below header

Amul କାର୍ଟୁନ ସେୟାର କରି ଏମିତି ଖାସ୍‌ ଅନ୍ଦାଜରେ କଲା ବିରାଟ-ଅନୁଷ୍କାଙ୍କ ଝିଅର ସ୍ୱାଗତ, କହିଲା, ‘ଏହି ଡେଲିଭରୀ ତ ବୋଲ୍ଡ କରିଦେଲା’

ଏବେ ପୂରା ଦେଶ ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କୁ ସେମାନଙ୍କ ପ୍ରଥମ ସନ୍ତାନ ଜନ୍ମ ହେବାର ଶୁଭେଚ୍ଛା ଜଣାଉଛି। ଏହାରି ଭିତରେ ଅମୁଲ ଇଣ୍ଡିଆ ମଧ୍ୟ ବିରାଟ-ଅନୁଷ୍କାଙ୍କୁ ଏକ ଖାସ୍‌ ଅନ୍ଦାଜରେ ଶୁଭେଚ୍ଛା ଜଣାଇଛି। ଅମୁଲ ଇଣ୍ଡିଆ ଟୁଇଟରରେ ଏକ ସୁନ୍ଦର କାର୍ଟୁନ ସେୟାର କରିଛି। ଏହାସହିତ କ୍ୟାପସନ ଲେଖିଛି, ‘ଏହି ଡେଲିଭରୀ ତ ବୋଲ୍ଡ କରିଦେଲା। ଘରକୁ ତାକୁ ସ୍ୱାଗତ’।

amul2

କହି ରଖୁଛୁ, ବିରାଟ କୋହଲି ଓ ଅନୁଷ୍କା ଶର୍ମା ସୋମବାର ଏକ କନ୍ୟା ସନ୍ତାନର ମା’, ବାପା ହୋଇଛନ୍ତି। ଏ ନେଇ ବିରାଟ ସୋସିଆଲ ମିଡିଆ ଜରିଆରେ ନିଜ ଫ୍ୟାନମାନଙ୍କୁ ସୂଚନା ଦେଇଥିଲେ। ପୂର୍ବରୁ ମଧ୍ୟ ଅମୁଲ ଇଣ୍ଡିଆ ଅଗଷ୍ଟରେ ଅନୁଷ୍କାଙ୍କ ପ୍ରେଗ୍‌ନାନ୍ସି ଖବର ଉପରେ ଇନ୍‌ଷ୍ଟାଗ୍ରାମରେ ଏକ ସୁନ୍ଦର କାର୍ଟୁନ ସେୟାର କରିଥିଲା। ଏହାସହିତ ଅମୁଲ କ୍ୟାପସନ ଲେଖିଥିଲା, ‘ଓ୍ଵିରୁଷ୍କାଙ୍କ ଆଗମନ ହେବାକୁ ଯାଉଛି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.