ଉପକୂଳ ମୁହାଁ ବାତ୍ୟା ଅସାନି: ଏବେ ପୁରୀଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୫୯୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ

ଭୁବନେଶ୍ବର(କେନ୍ୟୁଜ): ଉପକୂଳ ମୁହାଁ ଭୀଷଣ ବାତ୍ୟା ଅସାନି । ଏବେ ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୫୧୦ କିଲୋମିଟର ଏବଂ ପୁରୀଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୫୯୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ । ଭୀଷଣ ବାତ୍ୟା ଅସାନି ବର୍ତ୍ତମାନ ଏହାର ଗତି ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୭ କିଲୋମିଟର ରହିଛି ।

ସ୍ଥଳଭାଗ ମୁହାଁ ହେବା ସହ ଦୁର୍ବଳ ପଡ଼ିବ ବାତ୍ୟା । ଆଗାମୀ ୨୪ ଘଣ୍ଟାରେ ଅସାନି ଭୀଷଣ ବାତ୍ୟାରୁ ଏକ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ୧୨ ତାରିଖରେ ଗୋପାଳପୁରଠାରୁ ୮୧ କିଲୋମିଟର ଓ ପୁରୀ ସ୍ଥଳଭାଗଠାରୁ ୯୨ କିଲୋମିଟର ଦୂରରେ ସମାନ୍ତରାଳ ଭାବରେ ସମୁଦ୍ର ମଧ୍ୟରେ ଅତିକ୍ରମ କରିବ ଅସାନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.