ସମୁଦ୍ର ଭିତରେ ଆଗକୁ ବଢୁଛି ଭୀଷଣ ବାତ୍ୟା, ଉପକୂଳ ମୁହାଁଉଛି ‘ଅସାନି’

ଭୁବନେଶ୍ୱର (କେନ୍ୟୁଜ): ବଙ୍ଗୋପସାଗରରେ ଆଗକୁ ବଢୁଛି ଭୀଷଣ ବାତ୍ୟା ଅସାନି । ସମୁଦ୍ର ଭିତରେ ଭୀଷଣ ରୂପ ଦେଖାଇଛି । ତାପୂର୍ବରୁ ସାମାନକୁ ଆସିଛି ବାତ୍ୟାର ଆଖି । ମଛଲିପଟନମ୍‌ ଡପ୍ଲର ରାଡାରରୁ ଅସାନିର ଆଖି ଦୃଶ୍ୟମାନ ହୋଇଛି । ଏବେ ଗୋପାଳପୁରଠାରୁ ଦକ୍ଷିଣ ପଶ୍ଚିମରେ ୫୩୦ କିଲୋମିଟର ଓ ପୁରୀଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୬୩୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ । ବର୍ତ୍ତମାନ ଏହାର ଗତି ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୨୫ କିଲୋମିଟର ରହିଛି ।

କାଲି ସକାଳେ କାକିନାଡ଼ା ଓ ବିଶାଖାପାଟଣା ଉପକୂଳ ନିକଟରେ ପହଞ୍ଚିବ ଅସାନି । ତାପରେ ଦିଗ ବଦଳାଇବ । ଉତ୍ତର-ଉତ୍ତର-ପୂର୍ବ ଦିଗରେ ଆଗକୁ ବଢିବ । ଉତ୍ତର ଆନ୍ଧ୍ର ଓ ଓଡ଼ିଶା ଉପକୂଳର ସମାନ୍ତରାଳ ଭାବରେ ଅତିକ୍ରମ କରିବ ବାତ୍ୟା । ଅସାନି ୨୪ ଘଣ୍ଟାରେ ଦୁର୍ବଳ ପଡ଼ିବ ବୋଲି ଆଇଏମଡି କହିଛି । ୧୨ ତାରିଖ ସକାଳେ ଓଡ଼ିଶା ଉପକୂଳ ଅତିକ୍ରମ ବେଳେ ଗଭୀର ଅବପାତ ହୋଇଥିବ । ସେପଟେ ଆମେରିକାର ଜଏଣ୍ଟ୍‌ ଟାଇଫୁନ ଓ୍ଵାର୍ଣ୍ଣିଂ ସେଣ୍ଟର, ବାତ୍ୟା ଆନ୍ଧ୍ର ଉପକୂଳ ଛୁଇଁବ ବୋଲି କହୁଛି । ଓ୍ଵିଣ୍ଡିର ମଡେଲ୍‌ ବି ସମାନ କଥା ଦର୍ଶାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.