Below header

ନିର୍ବାଚନ ଫଳ ବାହାରିବା ପୂର୍ବରୁ ଅଶାନ୍ତ ହେଲା ବ୍ରହ୍ମପୁର, ଗୁଳିମାଡରେ ଗୁରୁତର ଆହତ ଆସିକା କଂଗ୍ରେସ ବିଧାୟକ ପ୍ରାର୍ଥୀ

ବ୍ରହ୍ମପୁର (କେ ନ୍ୟୁଜ୍‌) : ଆସିକା ବିଧାନ ସଭାପ୍ରାର୍ଥୀ ମନୋଜ ଜେନାଙ୍କୁ ଗୁଳିମାଡ, ବ୍ରହ୍ମପୁର ଏନଏଚର ଲାଞ୍ଜିପଲ୍ଲି ଅକ୍ସଫୋର୍ଡ଼ ସ୍କୁଲ ସାମ୍ନାରେ ମନୋଜଙ୍କୁ ଗୁଳିମାଡ ହୋଇଥିବା ସୂଚନା ମିଳିଛି । ମନୋଜ କଂଗ୍ରେସ ଦଳ ତରଫରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ । ମନୋଜଙ୍କୁ ଗୁରୁତର ଅଛନ୍ତି ।

ତାଙ୍କ ଦେହରେ ଦୁଇ ରାଉଣ୍ଡ ଗୁଳି ବାଜିଛି । ଗୁଳିମାଡ଼ ସହ ତାଙ୍କ ଗଳା କାଟି ଦେଇଛନ୍ତି ଦୁର୍ବୃତ୍ତ । ପ୍ରଥମେ ତାଙ୍କୁ ବ୍ରହ୍ମପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗୁରୁତର ଅବସ୍ଥାରେ ମନୋଜଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଉଛି । ଗୁଳିମାଡ଼ରେ ତାଙ୍କ ସହଯୋଗୀ ଅନୀଲ ସ୍ୱାଇଁ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଅନୀଲଙ୍କ ବାମ ହାତରେ ଗୁଳି ବାଜିଛି । ୪ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଆକ୍ରମଣ କରିଥିବା ସୂଚନା ମିଳିଛି । ଘଟଣା ସ୍ଥଳରୁ ବାଇକ ଓ ମାଉଜର ଜବତ ହୋଇଛି । ପୂର୍ବ ଶତ୍ରୁତାରୁ ଗୁଳିମାଡ଼ କରାଯାଇଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.