Below header

ପୋଲିଂ ପାର୍ଟି ଠାରୁ ଇଭିଏମ୍‌ ଲୁଟି ନେଲେ ଦୁର୍ବୃତ୍ତ

ଇଟାନଗର : ଅରୁଣାଚଳ ପ୍ରଦେଶର କୁରୁଙ୍ଗ କୁମେ ଜିଲ୍ଲାରେ ଘଟିଛି ଏକ ବଡ଼ ଅଘଟଣ । ଏକ ପୋଲିଂ ଟିମ୍‌ ଉପରେ ଆକ୍ରମଣ କରି ପ୍ରାୟ ୫୦୦ ଲୋକ ଇଭିଏମ୍‌ ସବୁ ଲୁଟି ନେଇଛନ୍ତି । ଆଜି ସନ୍ଧ୍ୟାରେ ପୋଲିଂ ଟିମ୍‌ ନିକଟସ୍ଥ ନାମ୍ପେ ଥାନାକୁ ଯାଉଥିଲେ । ବାଟରେ ଜଙ୍ଗଲ ଦେଇ ଯିବାକୁ ପଡ଼େ । ସେହି ଜଙ୍ଗଲରେ ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ ଲୋକ ଅଚାନକ ସେମାନଙ୍କ ଉପରେ ଚଢ଼ାଉ କରି ଇଭିଏମ୍‌ ସବୁ ଛଡ଼ାଇ ନେଇଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ସୂଚନା ମିଳିଛି । ଏମାନେ ସମସ୍ତେ ନେସନାଲ ପିପୁଲ୍ସ ପାର୍ଟିର ସମର୍ଥକ ବୋଲି ଜଣାପଡ଼ିଛି । ସମସ୍ତେ ମୁଖା ପିନ୍ଧିଥିଲେ ।ସେମାନଙ୍କ ହାତରେ ଏକେ-୪୭ ରାଇଫଲ୍‌ ସମେତ, ଅନ୍ୟ ବନ୍ଧୁକ ଓ ଠେଙ୍ଗା ଆଦି ଥିଲା । ସେମାନେ ଫାଙ୍କା ଗୁଳି ଚାଳନା କରିବା ସହ ଇଭିଏମ୍‌ ଓ ଅନ୍ୟ ଜିନିଷପତ୍ର ସବୁ ପୋଲିଂ ପାର୍ଟି ଠାରୁ ଛଡ଼ାଇ ନେଇଥିଲେ ।
ଆସନ୍ତାକାଲି ଭୋଟ୍‌ ଗଣତି ପୂର୍ବରୁ ଏଭଳି ଏକ କାଣ୍ଡ ପୋଲିସ୍‌ ପ୍ରଶାସନକୁ ଅଡୁଆରେ ପକାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.