ଆଜି ବସିବ ଶ୍ରୀମନ୍ଦିର ଲ୍ୟାଣ୍ଡ ସବ୍ କମିଟି ବୈଠକ, ମହାପ୍ରଭୁଙ୍କ ଜମିଜମା ସଂକ୍ରାନ୍ତରେ ହେବ ଆଲୋଚନା

ଆଜି ବସିବ ଶ୍ରୀମନ୍ଦିର ଲ୍ୟାଣ୍ଡ ସବ୍ କମିଟି ବୈଠକ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପୂର୍ବାହ୍ନ ୧୧ଟାରେ ହେବାକୁ ଥିବା ବୈଠକରେ ମହାପ୍ରଭୁଙ୍କ ଜମିଜମା ସଂକ୍ରାନ୍ତରେ ବିଶେଷ ଭାବେ ଆଲୋଚନା କରାଯିବ ।

ପୁରୀ (କେନ୍ୟୁଜ): ଆଜି ବସିବ ଶ୍ରୀମନ୍ଦିର ଲ୍ୟାଣ୍ଡ ସବ୍ କମିଟି ବୈଠକ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପୂର୍ବାହ୍ନ ୧୧ଟାରେ ହେବାକୁ ଥିବା ବୈଠକରେ ମହାପ୍ରଭୁଙ୍କ ଜମିଜମା ସଂକ୍ରାନ୍ତରେ ବିଶେଷ ଭାବେ ଆଲୋଚନା କରାଯିବ । ବିଶେଷକରି ବଡ଼ ଓଡ଼ିଆ ମଠ ଜମି ବିମାନବଡ଼ୁ ସେବାୟତ ନିଯୋଗକୁ ଦେବା ପାଇଁ ଗତ ପରିଚାଳନା କମିଟି ବୈଠକରେ ପ୍ରସ୍ତାବ ଆସିଥିବା ବେଳେ ଏହାକୁ ନେଇ ବିବାଦ ମୁଣ୍ଡ ଟେକିଛି । ମଠ ଜମି କାହାକୁ ନ ଦେବା ପାଇଁ ସ୍ୱର ଉଠାଇଛନ୍ତି ମଠ ମହନ୍ତ ଅଧିକାରୀ ବଂଶୀଧର ଦାସ ଗୋସ୍ୱାମୀ । ସେ ଏଭଳି ନିଷ୍ପତ୍ତିକୁ ଦୃଢ ଭାବେ ବିରୋଧ କରିଆସୁଛନ୍ତି ।

ସେହିପରି ବାଲିସାହି ସ୍ଥିତ ତେଲି ପଡ଼ିଆ ଜମିକୁ ମଧ୍ୟ ଦେବା ପାଇଁ ପ୍ରାରମ୍ଭିକ ଆଲୋଚନା ହୋଇଛି । ତେଣୁ ଜମିଜମା ସଂକ୍ରାନ୍ତରେ ବୈଠକରେ ପୁଙ୍ଖାନୁପୁଙ୍ଖ ଭାବେ ତର୍ଜମା କରାଯାଇପାରେ । ଏହାବ୍ୟତୀତ ମହାପ୍ରଭୁଙ୍କ ଜମି ନେବା ନିମନ୍ତେ କେତେକ ଆବେଦନ ଉପରେ ମଧ୍ୟ ବୈଠକରେ ଆଲୋଚନା କରାଯିବ ବୋଲି ଜଣାପଡିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.