କ୍ରିକେଟ୍ ବିଶ୍ବକପ ପାଇଁ ବଢୁଛି ଉତ୍କଣ୍ଠା, ଆଉ ମାତ୍ର ୯ ଦିନ ପରେ ଆରମ୍ଭ ହେବ ମହାସମର

କ୍ରିକେଟପ୍ରେମୀଙ୍କ ମଧ୍ୟରେ ବଢୁଛି ଉତ୍କଣ୍ଠା । ଅକ୍ଟୋବର ୫ରୁ ଭାରତରେ ଆରମ୍ଭ ହେବ ବିଶ୍ବକପ ମହାସମର । ମୁହାଁମୁହିଁ ହେବେ ବିଶ୍ବ କ୍ରିକେଟର ୧୦ ଶ୍ରେଷ୍ଠ ଦଳ । ରାଉନ ରବିନ ଫର୍ମାଟରେ ପରସ୍ପରକୁ ଭେଟିବେ ସମସ୍ତ ଦଳ । ୧୦ଟି ସ୍ଥାନରେ ଖେଳାଯିବ ୪୮ ଟି ମ୍ୟାଚ୍ ।

ନୂଆଦିଲ୍ଲୀ : ଦିନିକିଆ କ୍ରିକେଟ୍ ବିଶ୍ବକପକୁ ଆଉ ୯ ଦିନ । କ୍ରିକେଟପ୍ରେମୀଙ୍କ ମଧ୍ୟରେ ବଢୁଛି ଉତ୍କଣ୍ଠା । ଅକ୍ଟୋବର ୫ରୁ ଭାରତରେ ଆରମ୍ଭ ହେବ ବିଶ୍ବକପ ମହାସମର । ମୁହାଁମୁହିଁ ହେବେ ବିଶ୍ବ କ୍ରିକେଟର ୧୦ ଶ୍ରେଷ୍ଠ ଦଳ । ରାଉନ ରବିନ ଫର୍ମାଟରେ ପରସ୍ପରକୁ ଭେଟିବେ ସମସ୍ତ ଦଳ । ୧୦ଟି ସ୍ଥାନରେ ଖେଳାଯିବ ୪୮ ଟି ମ୍ୟାଚ୍ । ଶ୍ରେଷ୍ଠ ୪ ଦଳ ଙ୍କ ମଧ୍ୟରେ ଜମିବ ସେମି ଫାଇନାଲ ଲଢେଇ । ବିଜେତା ୨ଦଳ ନଭେମ୍ବର ୧୯ ତାରିଖରେ ଖେଳାଯିବାକୁ ଥିବା ଫାଇନାଲରେ ମୁହାଁମୁହିଁ ହେବେ । ଅହମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମର ଖେଳାଯିବ ଫାଇନାଲ ମୁକାବିଲା।

ବିଶ୍ବ କ୍ରିକେଟର ସବୁଠୁ ବଡ଼ ଲଢେଇ ଦିନିକିଆ ବିଶ୍ବକପ ଆୟୋଜନ କରିବାକୁ ଯାଉଛି ଭାରତ । ଅଷ୍ଟ୍ରେଲିଆ ବିପକ୍ଷରେ ଅକ୍ଟୋବର ୮ ତାରିଖରେ ବିଶ୍ବକପ ଅଭିଯାନ ଆରମ୍ଭ କରିବ ଭାରତ । ୧୪ ଅକ୍ଟୋବରକୁ ମୁହାଁମୁହିଁ ହେବେ ଚୀର ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ । ଗୁଜରାଟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ହାଇଭୋଲଟେଜ୍ ମ୍ୟାଚ୍ ଖେଳାଯିବ । ଏହାସହ ଉଭୟ ଉଦଘାଟନୀ ଓ ଫାଇନାଲ ମୁକାବିଲା ଖେଳାଯିବ ନରେନ୍ଦ୍ର ମୋଦି ଷ୍ଟାଡିୟମରେ । ବାଂଲାଦେଶ ଓ ଶ୍ରୀଲଙ୍କାକୁ ଛାଡି ଅନ୍ୟ ସମସ୍ତ ଦଳ ଘୋଷଣା କରିସାରିଛନ୍ତି ଦିନିକିଆ ବିଶ୍ବକପ ସ୍କ୍ବାଡ । ଆଇସିସି ଦିନିକିଆ ରାଙ୍କିଂର ସବୁ ଫର୍ମାଟର ଶୀର୍ଷରେ ପହଞ୍ଚିବା ପରେ ଦୃଢ ସ୍ଥିତିରେ ଭାରତୀୟ କ୍ରିକେଟ୍ ଦଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.