ସାତକୋଶିଆ ଅଭୟାରଣ୍ୟରେ ଅସୁସ୍ଥ ହାତୀ: ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କଲେ ବନ ବିଭାଗ ଅଧିକାରୀ, ମହୁଲ ପୋଚ ଖାଇ ଦେଇଥିବା ସନ୍ଦେହ

ଅନୁଗୁଳ(କେନ୍ୟୁଜ): ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଭିତରେ ପଡ଼ି ରହିଛି ଅସୁସ୍ଥ ହାତୀ । ଅଭୟାରଣ୍ୟ ବଦଜୁକୁବୁ ଜଙ୍ଗଲରେ ହାତୀଟି ପଡି ରହିଛି । ଗୋଡ଼ ଓ ଶୁଣ୍ଢ ହଲାଉଥିବା ବେଳେ ତଳେ ପଡ଼ି ରହିଛି ।

ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ୱାସ୍ଥ୍ୟାବସ୍ଥା ପରଖିଛନ୍ତି । ହାତୀ ଦେହରେ କୌଣସି କ୍ଷତ ନଥିବା ବେଳେ କେଉଁଠାରୁ ମହୁଲ ପୋଚ ଖାଇ ଦେଇଥିବା ସନ୍ଦେହ କରୁଛି ବନ ବିଭାଗ ।

ପୋଚ ଖାଇ ନିଶାଗ୍ରସ୍ତ ହୋଇଥ ପଡି ରହିଥିବା ଅନୁମାନ କରାଯାଉଛି । ହାତୀ ନିକଟରେ ବନ ବିଭାଗ ଓ ପଶୁ ଚିକିତ୍ସକ ରହି ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ନଜର ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.