Below header

ଅନ୍ଧବିଶ୍ବାସର କୁପରିଣତି, ମହଙ୍ଗା ପଡିଲା ଢାଳ ଚିକିତ୍ସା

କନ୍ଧମାଳ : ଏକବିଂଶ ଶତାବ୍ଦୀରେ ବି ଆମ ସମାଜରୁ ଥମିବା ନାମ ନେଉ ନାହିଁ ଅନ୍ଧବିଶ୍ବାସ । ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାରେ । ପେଟବଥାରୁ ମୁକ୍ତି ପାଇବା ପାଇଁ ପିତ୍ତଳ ଢାଳରେ ଦେଶୀ ଚିକିତ୍ସା କରି ଅଡୁଆରେ ପଡିଯାଇଛନ୍ତି ବ୍ରାହ୍ମଣୀ ଗାଁର ଦେବାନନ୍ଦ ବଳିୟାର ସିଂ ।

ସୂଚନା ଅନୁସାରେ, ଗତ କିଛି ଦିନ ହେବ ଦେବାନନ୍ଦଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା । ତେବେ ଔଷଧ ଖାଇ ମଧ୍ୟ ଭଲ ନହେବାରୁ ଦେଶୀ ପଦ୍ଧତିରେ ଚିକିତ୍ସା ଆରମ୍ଭ କରିଥିଲେ । ଏଥିପାଇଁ ଗାଁରେ ପ୍ରଚଳିତ ଗୋବର ସହ ଜଡା ତେଲ ମିଶାଇ ପିତ୍ତଳ ଢାଳରେ ଭର୍ତ୍ତି କରି ନାଭି ଉପରେ ରଖିଥଲେ । ହେଲେ ଏହି ଢାଳ ହୋଇଗଲା କାଳ । କିଛି ସମୟ ପରେ ଢାଳଟିକୁ ବାହାର କରିବା ବେଳେ ଏହା ବାହାରିନଥିଲା । ଏକ ଧାରୁଆ ଅସ୍ତ୍ରରେ ଢାଳକୁ କାଟି ବାହାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏହା ବାହାରିନଥିଲା । ପ୍ରଥମେ ସ୍ଥାନୀୟ ମେଡିକାଲ୍ ଏବଂ ପରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି ଦେବାନନ୍ଦଙ୍କୁ । ତେବେ ବ୍ରହ୍ମପୁର ମେଡିକାଲରେ ପହଂଚିବା ପୂର୍ବରୁ ରାସ୍ତାରେ ଢାଳଟି ଅଲଗା ହୋଇଯାଇଥିଲା । ବର୍ତ୍ତମାନ ଦେବାନନ୍ଦଙ୍କ ଚିକିତ୍ସା ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.